ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ‌ଯୋଶୀମଠ ସହରରେ ସଙ୍କଟ ଘନେଇବାରେ ଲାଗିଛି। ଏବେ ପୁଣି ଜାତୀୟ ରାଜପଥରେ ଫାଟ ନୂଆ ସମସ୍ୟା ସୃଷ୍ଟି କରିଛି। ଯୋଶୀମଠରେ ବଦ୍ରିନାଥ ଜାତୀୟ ରାଜପଥରେ ପାଠ ଦେଖାଦେଇଛି। ଏହା ହେଉଛି ଏକମାତ୍ର ରାସ୍ତା ଯାହା ଲୋକମାନଙ୍କୁ ବଦ୍ରିନାଥରେ ପହଞ୍ଚାଏ। ଜାତୀୟ ରାଜପଥରେ ଫାଟ ଦେଖିବାପରେ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଏହି ସମସ୍ୟାର ସମାଧାନ କିଭଳି ହେବ ‌ସେନେଇ ଆଲୋଚନା ଆରମ୍ଭ ହୋଇଛି। ତେବେ ଜିଲ୍ଲା କର୍ତ୍ତୃପକ୍ଷ କହିଛନ୍ତି, ରାଜପଥରେ ଏହି ଫାଟ ଆଦୌ ଚିନ୍ତାର କାରଣ ନୁହେଁ। ବଦ୍ରିନାଥରେ ବାର୍ଷିକ ତୀର୍ଥଯାତ୍ରା ପୂର୍ବରୁ ରାସ୍ତା ମରାମତି କରାଯିବ।