ଅନ୍‌ଲାଇନ୍‌ ଜରିଆରେ ମଦର ହୋମ ଡେଲିଭରି ପାଇଁ ଇ-କମର୍ସ ସଂସ୍ଥାଙ୍କୁ ଲାଇସେନ୍ସ ପ୍ରଦାନ ପାଇଁ ଦାବି

ନୂଆଦିଲ୍ଳୀ: ଦେଶରେ ଗ୍ରାହକମାନଙ୍କୁ ଏଣିକି ଭାରତରେ ତିଆରି ହେଉଥିବା ବିଦେଶୀ ମଦର ଅନ୍‌ଲାଇନ ଜରିଆରେ ‘ହୋମ୍‌ ଡେଲିଭରି’ ପାଇଁ ସ୍ୱତନ୍ତ୍ର ଲାଇସେନ୍ସ ବା ଅନୁମତି ଦେବାକୁ ଦେଶର ମଦ ପ୍ରସ୍ତୁତକାରୀ କମ୍ପାନି ଓ ବାର ଏବଂ ରେସ୍ତୋରାଁ ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ମିଳିତ ଭାବେ ଦାବି କରାଯାଇଛି।

ଦେଶର ମଦ ପ୍ରସ୍ତୁତକାରୀ କମ୍ପାନି ଓ ବାର ଏବଂ ରେସ୍ତୋରାଁ ସଂଘ ପକ୍ଷରୁ ସରକାରଙ୍କ ନିକଟରେ କରାଯାଇଥିବା ଦାବିରେ ଦର୍ଶାଯାଇଛି ଯେ ସଂପ୍ରତି ଔଷଧ ଠାରୁ ଆରମ୍ଭ କରି ସବୁ ପ୍ରକାର ଅତ୍ୟାବଶ୍ୟକୀୟ ଓ ଅଣ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ୍‌ ଡେଲିଭରି ପାଇଁ ସରକାର ଆମାଜନ୍‌ ଓ ଫ୍ଳିପ୍‌କାର୍ଟ ଠାରୁ ଆରମ୍ଭ କରି ଏକାଧିକ ଇ- କମର୍ସ ପ୍ରତିଷ୍ଠାନକୁ ଅନୁମତି ପ୍ରଦାନ କରିଛନ୍ତି। ସେହିପରି ସ୍ଥାନୀୟ ଅଞ୍ଚଳରେ ଥିବା ରେସ୍ତୋରାଁମାନଙ୍କ ଠାରୁ ଖାଦ୍ୟ ନେଇ ମଧ୍ୟ ଲୋକଙ୍କ ଘରେ ହୋମ ଡେଲିଭରି ଦେବା ପାଇଁ ଜମାଟୋ ଠାରୁ ଆରମ୍ଭ କରି ସ୍ୱିଗି ପର୍ଯ୍ୟନ୍ତ ଏକାଧିକ ସଂସ୍ଥାଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି।

Inc42

ତେଣୁ, ଏହାକୁ ବିଚାରକୁ ନେଇ ଏବେ ଆମାଜନ, ଜମାଟୋ ଓ ସ୍ୱିଗି ପରି ଇ- କମର୍ସ ସଂସ୍ଥାମାନଙ୍କୁ ମଦର ହୋମ୍‌ ହେଲିଭରି ପାଇଁ ସରକାର ସ୍ୱତନ୍ତ୍ର ଲାଇସେନ୍ସ ପ୍ରଦାନ କରନ୍ତୁ ବୋଲି କହିଛି ଦେଶର ମଦ ପ୍ରସ୍ତୁତକାରୀ କମ୍ପାନି ଓ ବାର ଏବଂ ରେସ୍ତୋରାଁ ସଂଘ। ଯେଉଁ ରାଜ୍ୟର ଲୋକେ ମଦର ହୋମ ଡେଲିଭରି ପାଇଁ ଅର୍ଡର କରିବେ ସେମାନଙ୍କୁ ସେହି ରାଜ୍ୟର ସରକାରୀ ମଦ ନିଗମ କିମ୍ବା ସେହି ରାଜ୍ୟର ଲାଇସେନ୍ସ ପ୍ରାପ୍ତ ଖୁଚୁରା ମଦ ଦୋକାନରୁ ଅର୍ଡର ସଂଗ୍ରହ କରିଥିବା ଇ-କମର୍ସ ସଂସ୍ଥାମାନେ କ୍ର୍ରୟ କରିବା ସହ ଲୋକଙ୍କ ଘରେ ନେଇ ହୋମ୍‌ ଡେଲିଭରି ଦେବେ ବୋଲି କହିଛି ଦେଶର ମଦ ପ୍ରସ୍ତୁତକାରୀ କମ୍ପାନି ଓ ବାର ଏବଂ ରେସ୍ତୋରାଁ ସଂଘ।

ସମ୍ବନ୍ଧିତ ଖବର