ନୂଆଦିଲ୍ଲୀ: ଭାରତୀୟ ସେନାର ଯବାନମାନେ ଗଲୱାନ ଘାଟି ନିକଟରେ ଶୁକ୍ରବାର ଦିନ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଭାରତ ଏବଂ ଚୀନ୍ ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । ଭାରତୀୟ ସେନା ଟ୍ୱିଟ୍ କରି କହିଛି ଯେ ତ୍ରିଶୁଲ ଡିଭିଜନର ପଟିଆଲା ବ୍ରିଗେଡ୍ ଗଲୱାନ ଘାଟି ନିକଟରେ ଏକ କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ତେବେ ଏହା ଏମିତି ଏକ ସମୟରେ ଖେଳାଯାଇଛି, ଯେତେବେଳେ ଚୀନ୍ର ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ ଓ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ମଧ୍ୟରେ ବୈଠକ ହୋଇଥିଲା |
#Patiala Brigade #Trishul Division organised a cricket competition in extreme high altitude area in Sub zero temperatures with full enthusiasm and zeal. We make the Impossible Possible@adgpi@NorthernComd_IApic.twitter.com/0RWPPxGaJq
— @firefurycorps_IA (@firefurycorps) March 3, 2023
ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଟ୍ୱିଟରେ ସୈନିକମାନଙ୍କ କ୍ରିକେଟ ଖେଳ ସମୟର ଫଟୋ ପୋଷ୍ଟ କରାଯାଇଥିବାବେଳେ କେଉଁଠାରେ ମ୍ୟାଚ୍ ଖେଳାଯାଇଥିଲା ସେ ସମ୍ପର୍କରେ ସୂଚନା ଦିଆଯାଇନାହିଁ । ଏହା ସହ ସେନା ପକ୍ଷରୁ ଲେଖାଯାଇଛି ଯେ ଆମେ ଅସମ୍ଭକୁ ସମ୍ଭବ କରୁ |
ଉଲ୍ଲେଖ ଥାଉ କି ଗଲୱାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା | ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ମେ ୫, ୨୦୨୦ ରେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ବିବାଦ ଲାଗି ରହିଥିଲା। ଜୁନ୍ ୨୦୨୦ ରେ, ଗଲୱାନ ଘାଟିରେ ପୁଣି ଉଭୟ ସେନା ମୁହାଁମୁହିଁ ହେବା ପରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଆହୁରି ତିକ୍ତତା ଦେଖାଦେଇଥିଲା |