ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଇନାଙ୍କ ଭାଇ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪)ରେ କମେଣ୍ଟ୍ରି କରୁଥିବା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି। ସୂଚନା ମିଳିଛି ଯେ, ରାଇନାଙ୍କ ଭାଇ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଜଣେ ଟ୍ୟାକ୍ସି ଡ୍ରାଇଭର ରାଇନାଙ୍କ ମାମୁଁଙ୍କ ପୁଅକୁ ଧକ୍କା ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶର କାଙ୍ଗଡାଠାରେ ଏହି ଦୁର୍ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମୃତକମାନେ ହେ‌ଲେ ସୌରଭ କୁମାର ଓ ଶୁଭମ।

କାଙ୍ଗଡାର ଏସପି ଶାଳିନୀ ଅଗ୍ନିହୋତ୍ରୀ କହିଛନ୍ତି ଯେ, ଅଭିଯୁକ୍ତ ଚାଳକଜଣକ ଦୁର୍ଘଟଣା ଘଟାଇ ଫେରାର ହେବାକୁ ଚେଷ୍ଟା କରିଥିଲା। ହେଲେ ତାକୁ ମଣ୍ଡି ନିକଟରେ ଗିରଫ କରାଯାଇଥିଲା। ମଙ୍ଗଳବାର ରାତି ୧୧.୩୦ରେ ସୌରଭ କୁମାର ଓ ଶୁଭମ ଏକ ସ୍କୁଟି ଯୋଗେ ଯାଉଥିବା ବେ‌ଳେ ଦ୍ରୁତ ଗତିରେ ଆସୁଥିବା ଟାକ୍ସି ତାଙ୍କୁ ଧକ୍କା ଦେଇଥିଲା। ଏହା ପରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଧକ୍କା କରି ଚାଳକଜଣକ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଅଭିଯୁକ୍ତକୁ ମଣ୍ଡି ନିକଟରୁ ଗିରଫ କରିଛି। ମୃତକ ସୌରଭ କୁମାର, ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର