କଟକ: ରାୟଗଡା ରେ ଦୁଇ ରୁଷୀୟ ନାଗରିକଙ୍କ ରହସ୍ୟଜନକ ମୃତ୍ୟ ଘଟଣାର ତଦନ୍ତ ପାଇଁ ତତ୍ପର ହୋଇଉଠିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପକ୍ଷରୁ ପାଞ୍ଚଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।

Advertisment

ଏହି ଟିମର ନେତୃତ୍ୱ ନେଉଛନ୍ତି ଡିଏସପି ତପନ କୁମାର ଦାଶ। ଏହା ବ୍ୟତୀତ ଏଥିରେ ୨ ଜଣ ଇନ୍ସପେକ୍ଟର ଏବଂ ଜଣେ ଏଏସଆଇ ଅଛନ୍ତି ।  ଟିମ୍ ରାୟଗଡ ଜିଲ୍ଲା ପୋଲିସ୍ ସହିତ ଯୋଗାଯୋଗ କରି ସମସ୍ତ ମେଡିକାଲ୍ ଏବଂ ପୁଲିସ ତଦନ୍ତ କାଗଜପତ୍ର ଏବଂ ଫଟୋଗ୍ରାଫ୍ ସଂଗ୍ରହ କରିଛି ।

ପାନାସେଙ୍କୋ ନାଟାଲିଆ ଏବଂ ତୁରୋଭ ମିଖାଇଲ୍ ନାମକ ଦୁଇ ରୁଷ ନାଗରିକଙ୍କୁ ଆଜି  ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚାରାଉଚୁରା କରିଥିଲା । ଟିମ ସେମାନଙ୍କ ଅନୁବାଦକ ଯଥା ଗାଇଡ୍ ଜିତେନ୍ଦ୍ର ସିଂଙ୍କୁ ବି ଯାଞ୍ଚ କରିଛନ୍ତି । କ୍ରାଇମବ୍ରାଞ୍ଚ୍ ଟିମ୍ ମଧ୍ୟ ଇନୋଭା କାରର ଡ୍ରାଇଭର ନଟବର ମହାନ୍ତିଙ୍କୁ ପଚାରାଉଚୁରା କରିଛି ।  କାରଣ ସେ ସେମାନଙ୍କ ଓଡିଶା ଯାତ୍ରା ସମୟରେ କାର ଚଳାଉଥିଲେ। କ୍ରାଇମବ୍ରାଞ୍ଚ ମଧ୍ୟ ସେମାନଙ୍କ ପାସପୋର୍ଟର କପି ଏବଂ ଭାରତରେ ଭ୍ରମଣ ସମ୍ବନ୍ଧୀୟ ସହାୟକ ଦଲିଲ ସଂଗ୍ରହ କରିଛି  ।

ଅନ୍ୟପକ୍ଷରେ  ମୃତକଙ୍କ ଭିସେରା ପରୀକ୍ଷା ପାଇଁ ନୂଆଦିଲ୍ଲୀ ଏମ୍ସ ପଠାଯିବାର ସମ୍ଭାବନା ରହିଛି ।  ଋଷୀୟ ଭାଷାର ଅନୁବାଦ ପାଇଁ ଜଣଙ୍କୁ ନିୟୋଜିତ କରାଯାଇଥିବାବେଳେ ଆଉ ଜଣଙ୍କ ସାହାଯ୍ୟ ନେବାକୁ ଯୋଗାଯୋଗ କରାଯାଉଛି । ପାବେଲ ଆଟୋଭଙ୍କ ମରଶରୀର ସଂସ୍କାର ପାଇଁ ତାଙ୍କ ପରିବାର ଦେଇଥିବା ଚିଠିର ସତ୍ୟତା ମଧ୍ୟ ଯାଞ୍ଚ କରୁଛି କ୍ରାଇମ ବ୍ରାଞ୍ଚ । ଘଟଣା ଘଟିଥିବା ହୋଟେଲର  ୨ ଟି ରୁମକୁ ସିଲ କରାଯାଇଛି  କ୍ରାଇମ ବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।