‘ହାପି ଏଣ୍ଡିଙ୍ଗ’ କହିଲେ ହାଜର ହୋଇଯାଉଥିଲେ ଦେହଜୀବୀ

ଭୋପାଳ: ‘ହାପି ଏଣ୍ଡିଙ୍ଗ’ କହିଲେ ସଂଗେ ସଂଗେ ହାଜର ହୋଇଯିବେ ଦେହଜୀବୀ | କିଛି ଏଭଳି ଢଙ୍ଗରେ ଚାଲିଥିଲା ଏକ ସ୍ପା ସେଣ୍ଟର | ପୁଲିସ ଏଭଳି ଏକ ସ୍ପା ସେଣ୍ଟର ଉପରେ ଚଢ଼ାଉ କରି ପର୍ଦ୍ଦାଫାଶ କରିଛି | ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କ୍ରାଇମବ୍ରାଞ୍ଚ ଏକ ସ୍ପା ସେଣ୍ଟର ଉପରେ ଚଢ଼ାଉ କରିଥିଲା | ଏଠାରେ ସ୍ପା ଆଳରେ ଦେହ ବ୍ୟବସାୟ ଚାଲିଥିବାର ଜଣାପଡିଛି | ଏଠାରୁ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ୫ ଜଣ ଗ୍ରାହକଙ୍କୁ ଗିରଫ କରାଯାଇଛି |

The Independent

ମିଳିଥିବା ସୂଚନା ମୁତାବକ ସହରର ଏହି ସ୍ପା ସେଣ୍ଟରରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା | ଏହା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏଠାରେ ଚଢ଼ାଉ କରାଯାଇଥିଲା | ସ୍ପା ସେଣ୍ଟରରୁ ଆପତ୍ତିଜନକ ଅବସ୍ଥାରେ ଯୁବକଙ୍କ ସହ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା | ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ସ୍ପା ସେଣ୍ଟରରେ ଏକ ସର୍ତ୍ତ ରହିଥିଲା |

ସ୍ପା ବ୍ୟତିରେକ ଯେଉଁମାନେ ହାପି ଏଣ୍ଡିଙ୍ଗ କୋର୍ଡୱାର୍ଡ କହୁଥିଲେ ସେମାନଙ୍କୁ ଦେହଜୀବୀ ଯୋଗାଇଦିଆଯାଉଥିଲା | ଏହି ସ୍ପା ସେଣ୍ଟରର ଅନ୍ୟ ଶାଖା ନାଗପୁର, ନାସିକ, ମୁମ୍ବାଇ ଓ ଇନ୍ଦୋରରେ ମଧ୍ୟ ରହିଛି | ତେଣୁ ଏଠାରେ ମଧ୍ୟ କୋର୍ଡୱାର୍ଡ ଦ୍ୱାରା ଦେହ ବ୍ୟବସାୟ ଚାଲୁଥିଲା ନା ନାହିଁ ପୁଲିସ ତାହାର ତଦନ୍ତ କରୁଛି | ପ୍ରତି ଥର ସ୍ପା ପିଛା ୫ରୁ ୫୦ ହଜାର ଟଙ୍କା ନିଆଯାଉଥିଲା ବୋଲି ପୁଲିସ କହିଛି |

ସମ୍ବନ୍ଧିତ ଖବର