ନୂଆଦିଲ୍ଲୀ: ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାକରେ ବଡ଼ ସଫଳତା ମିଳିଛି। ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସୁରଟର ତାପି ନଦୀରୁ ସଲମାନଙ୍କ ଘର ବାହାରେ ହୋଇ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ମିଳିଛି। ଏଥିସହିତ କ୍ରାଇମବ୍ରାଞ୍ଚ କିଛି ଜୀବନ୍ତ କାର୍ଟ୍ରିଜ ମଧ୍ୟ ଜବତ କରିଥିବା ବେଳେ ଅନ୍ୟ ଏକ ବନ୍ଧୁକକୁ ଖୋଜୁଥିବା ସୂଚନା ରହିଛି।
ଏହାପୂର୍ବରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ପାଇଥିଲା କି, ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ପାଖରେ ଦୁଇଟି ପିସ୍ତଲ ରହିଥିଲା। ଯେଉଁଥିରୁ ସେମାନଙ୍କୁ ସଲମାନଙ୍କ ଘର ଉପରେ ୧୦ ରାଉଣ୍ଡ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ପଚାରଉଚରା କରିଥିଲା। ଏହି ସମୟରେ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କହିଥିଲେ ଯେ ଅପରାଧ କରିବା ପରେ ସେମାନେ ସୁରଟର ତାପି ନଦୀରେ ବନ୍ଧୁକୁ ଫିଙ୍ଗି ଦେଇଥିଲେ।
ଏହାପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ତାପି ନଦୀରେ ଖୋଜାଖୋଜି କରିବା ଆରମ୍ଭ କରି ଗୋଟିଏ ବନ୍ଧୁକକୁ ପାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୦ଜଣରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି।
ନିକଟରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତ ବିକି ଗୁପ୍ତାକୁ ସୁରଟ ତାପି ନଦୀକୁ ନେଇ ଯାଇଥିଲା ଯେଉଁଠାରେ ସେ ପିସ୍ତଲ ଫିଙ୍ଗିଥିଲା। ଏ ଘଟଣା ଅନ୍ୟ ଦିଗ ସହ ଯୋଡ଼ି ହୋଇ ରହିଥିବା ବି ପୁଲିସ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/64dda730-881c-4b9a-8589-e1810c2e89ba.jpg)