ବେଙ୍ଗାଲୁରୁ : ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ଘଟଣାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନର ସମସ୍ୟା ବୃଦ୍ଧି ପାଇଛି। କର୍ଣ୍ଣାଟକ ସରକାର ଆରସିବି ଏବଂ ରାଜ୍ୟ କ୍ରିକେଟ ଆସୋସିଏସନ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜୁ କରିବାକୁ ଅନୁମୋଦନ କରିଛନ୍ତି।

Advertisment

କର୍ଣ୍ଣାଟକ ସରକାର ଜଷ୍ଟିସ ମାଇକେଲ ଡି'କୁନହା କମିସନଙ୍କ ରିପୋର୍ଟ ଗ୍ରହଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କମିସନ ତଦନ୍ତ ସମୟରେ ଆରସିବି ଏବଂ କେଏସସିଏରେ ଅନେକ ଅନିୟମିତତା ଏବଂ ବିସଙ୍ଗତି ପ୍ରକାଶ କରିଥିଲା।

କର୍ଣ୍ଣାଟକ ସରକାର ଜଷ୍ଟିସ ମାଇକେଲ ଡି'କୁନହା କମିସନଙ୍କ ରିପୋର୍ଟ ଗ୍ରହଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି କମିସନ ତଦନ୍ତ ସମୟରେ ଆରସିବି ଏବଂ କେଏସସିଏରେ ଅନେକ ଅନିୟମିତତା ଏବଂ ବିସଙ୍ଗତି ପ୍ରକାଶ କରିଥିଲା।

ନ୍ୟାୟିକ କମିସନଙ୍କ ରିପୋର୍ଟ ଜୁଲାଇ ୧୧ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ପ୍ରଦାନ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଇଭେଣ୍ଟ ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ଏବଂ ବାଙ୍ଗାଲୋର ପୁଲିସ ସିଧାସଳଖ ଦାୟୀ। ସୂଚନାଯୋଗ୍ୟ ଯେ ଜୁଲାଇ ୪ରେ ହୋଇଥିବା ଏହି ଦଳାଚକଟା ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ ଓ ୫୬ ଜଣ ଆହତ ହୋଇଥିଲେ ।