ଅପରାଧୀମାନଙ୍କୁ ଜେଲ୍‌ରେ ରଖାଯିବା କିଂବା ଏନ୍‌କାଉଣ୍ଟର୍‌ରେ ହତ୍ୟା କରାଯିବ: ଯୋଗୀ ଆଦିତ୍ୟନାଥ

ଗାଜିଆବାଦ: ମାର୍ଚ ମାସରୁ ବିଜେପି କ୍ଷମତାକୁ ଆସିବା ପର ଠାରୁ ଉତ୍ତର ପ୍ରଦେଶରେ ଆଇନ୍‌ ଶୃଙ୍ଖଳା ପରିସ୍ଥିରେ ଉନ୍ନତି ଦେଖା ଦେଇଛି ବୋଲି ଦାବି କରି ଶନିବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ରାଜ୍ୟରେ ଥିବା ଅପରାଧୀମାନଙ୍କୁ ଜେଲ୍‌ ପଠାଯିବ ନତୁବା ପୁଲିସ ଏନ୍‌କାଉଣ୍ଟର୍‌ରେ ହତ୍ୟା କରାଯିବ। ଆଗାମୀ ପୌରନିର୍ବାଚନ ଅବ୍ୟବହିତ ପୂର୍ବରୁ ଗାଜିଆବାଦସ୍ଥିତ ରାମଲୀଳା ପଡ଼ିଆରେ ଆୟୋଜିତ ରାଲିରେ ଏ କଥା କହିଛନ୍ତି ମୋଦି। ମାର୍ଚ ୨୦୧୭ ପୂର୍ବରୁ, ଅପରାଧ ଏବଂ ବିଶୃଙ୍ଖଳା କାରଣରୁ ଶିଳ୍ପସଂସ୍ଥାନ, ବ୍ୟବସାୟୀ ଏବଂ ଯୁବକମାନେ ଉତ୍ତର ପ୍ରଦେଶରୁ ପଳାଇ ଯାଉଥିଲେ। ସେ ଯାହାହେଉ, ଆଇନ୍‌ ଶୃଙ୍ଖଳା ପରିସ୍ଥିତିରେ ସ୍ଥିରତା ଆସିବାରୁ ରାଜ୍ୟରେ ବିନିଯୋଗ ଆରମ୍ଭ ହୋଇଛି ସେ କହିଛନ୍ତି।

ଆଦିତ୍ୟନାଥ କହିଲେ: ମୁଖ୍ୟମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିବା ସମୟରେ ତାଙ୍କ ସମ୍ମୁଖରେ ପ୍ରଥମ ଆହ୍ଵାନ ଥିଲା ଅପରାଧ ନିୟନ୍ତ୍ରଣ କରିବା ଏବଂ ରାଜ୍ୟବ୍ୟାପୀ ଆଇନ୍‌ର ଶାସନ ଉପଲବ୍ଧ କରାଇବା। ଆମେ ଅପରାଧୀମାନଙ୍କ ଜୀବନ ସଙ୍କଟାପନ୍ନ କରିଦେବୁଁ। ସେମାନେ ଦୁଇଟି ସ୍ଥାନକୁ ଯାଇ ପାରିବେ। ସେମାନଙ୍କୁ ଜେଲ୍‌ ପଠାଇ ଦିଆଯିବ ଅଥବା ପୁଲିସ ଏନ୍‌କାଉଣ୍ଟର୍‌ରେ ହତ୍ୟା କରାଯାଇ ଯମଙ୍କ ଘରକୁ ପଠାଇ ଦିଆଯିବ।
ଜୁଲାଇ ମାସରେ ସଫଳତାର ସହ କନ୍‌ଓ୍ଵାର୍‌ ଯାତ୍ରା ଆୟୋଜିତ କରିବା ସହ ବେଆଇନ୍‌ କଂସେଇଖାନା ନିଷିଦ୍ଧ କରିବା ତାଙ୍କ ସରକାରଙ୍କର ନିଷ୍ପତ୍ତି ମଧ୍ୟରେ ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ।

ନିକଟବର୍ତ୍ତୀ ମିରଟରେ ଶହ ଶହ ବଜରଙ୍ଗୀ ଦଳ ସଦସ୍ୟ ଥାନା ଭିତରକୁ ଧଷେଇ ପଶି କର୍ମଚାରୀମାନଙ୍କୁ ଗାଳିଫଜିତ୍‌ କରିବା ସହ ସମ୍ପତ୍ତି ନଷ୍ଟ କରିଥିବା ଦିନ ମୁଖ୍ୟମନ୍ତ୍ରୀଙ୍କ ଏ ଭଳି ସମ୍ଭାଷଣ ଦେଇଛନ୍ତି। ସେମାନଙ୍କର ଅଭିଯୋଗ ଜଣେ ବଜରଙ୍ଗୀ ଦଳର ସଦସ୍ୟଙ୍କୁ ଷ୍ଟେସନ୍‌ରେ ପୁଲିସମାନେ ଅକାରଣରେ ମାଡ଼ ଦେଇଥିଲେ। ମାତ୍ର ଦୁଇ ଦିନ ପୂର୍ବେ, ଗୌତମ ବୁଦ୍ଧ ନଗରରେ ଜଣେ ବିଜେପି କର୍ମୀ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ବାଇକ୍‌ ଆରୋହୀ ଆକ୍ରମଣକାରୀମାନେ ଗୁଳି ମାରି ହତ୍ୟା କରିଥିଲେ।

ସେ ଆକ୍ରମଣ ଯୋଗୁଁ ରାସ୍ତାପାରି ହେଉଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର