ମଣିପୁର ସଙ୍କଟ ଟଳିଲା, ମଧ୍ୟସ୍ଥି ସାଜିଲେ ବୈଜୟନ୍ତ

ଇମ୍ଫାଲ : ମଣିପୁରରେ ଏନ. ବୀରେନ ସିଂହଙ୍କ ନେତୃତ୍ବାଧୀନ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହେବାପରେ ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ସହ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ନଜମା ହେପତୁଲ୍ଲା ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ।

ସୂଚନାଥାଉ କି ଗତ ଜୁଲାଇରେ ମଣିପୁରରେ ରାଜନୈତିକ ଅସ୍ଥିରତା ଓ ସେଠାକାର ବିଜେପି ନେତୃତ୍ୱାଧୀନ ସରକାର ପ୍ରତି ବିପଦ ସୃଷ୍ଟି ହୋଇଥିବା ସମୟରେ ଏହାର ସମାଧାନ ଲାଗି ଶ୍ରୀ ପଣ୍ଡାଙ୍କୁ ହାଇକମାଣ୍ଡ ଦାୟିତ୍ବ ଦେଇଥିଲେ। ତାଙ୍କ ମଧ୍ୟସ୍ଥତାରେ ଅଂଶୀଦାର ଦଳଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନ ବାଟ ବାହାରିଥିଲା। ଏହାର ୧୫ ଦିନ ପରେ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ନେତୃତ୍ବାଧୀନ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର