ଲକ୍ଷ୍ନୌ : ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ବିଜେପିକୁ ଏକ ଶକ୍ତ ଧକ୍କା ଲାଗିଛି । ବିଜେପିର ୪ ବରିଷ୍ଠ ନେତା ଓ ବିଧାୟକ ଦଳଛାଡ଼ି ସମାଜବାଦୀପାର୍ଟିରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତରପ୍ରଦେଶର ଶ୍ରମମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଶାହାଜାହନପୁର ବିଧାୟକ ରୋଶନ ଲାଲ ବର୍ମା, ବନ୍ଦା ବିଧାୟକ ବ୍ରିଜେଶ ପ୍ରଜାପତି, କାନପୁର ବିଧାୟକ ଭଗବତୀ ସାଗର ।
ଏହା ପୂର୍ବରୁ ବିଧାୟକ ମାଧୁରୀ ବର୍ମା, ରାଧାକୃଷ୍ଣ ଶର୍ମା ଓ ଦିଗବିଜୟ ନାରାୟଣ ଚୌବେ ମଧ୍ୟ ଦଳଛାଡ଼ି ସପାରେ ମିଶିଥିଲେ । ଦଳଛାଡ଼ିବା ପରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ବିଜେପିରେ ପଛୁଆବର୍ଗ, ଦଳିତ, କୃଷକ, ବେରୋଜଗାର, ସଂଖ୍ୟାଲଘୁଙ୍କୁ ଅଣଦେଖା କରୁଛନ୍ତି ।
ओमप्रकाश राजभर जी,जयंत चौधरी जी,
राजमाता कृष्णा पटेल जी,संजय चौहान जी और अब स्वामीप्रसाद मौर्य जी समाजवादी पार्टी के साथ हैं।मैंने BJP मुख्यालय पर @swatantrabjp जी को एक ताला तोहफे के रूप में भेज दिया है, 10 मार्च के बाद लगा घर लौट जाइएगा।
लहर नहीं, अब सपा की आँधी चल रही है। pic.twitter.com/DOu4v58L4G
— I.P. Singh (@IPSinghSp) January 11, 2022
ବିଜେପି ବିଧାୟକମାନେ ଏପରିଭାବେ ଦଳ ଛାଡ଼ୁଥିବାରୁ ସମାଜବାଦୀପାର୍ଟି ପକ୍ଷରୁ ବିଜେପିକୁ କଟାକ୍ଷ କରାଯାଇଛି । ଦଳର ମୁଖପାତ୍ର ଆଇପି ସିଂ ଲକ୍ଷ୍ନୌସ୍ଥିତ ବିଜେପି ଅଫିସକୁ ଏକ ତାଲା ଉପହାର ଆକାରରେ ପଠାଇଛନ୍ତି । ମାର୍ଚ୍ଚ ୧୦ ତାରିଖ ପରେ ଏହି ତାଲାର ବ୍ୟବହାର କରିବାକୁ ସେ ବିଜେପିକୁ କହିଛନ୍ତି । ବିଜେପି ନେତା ସ୍ବତନ୍ତ୍ର ଦେବଙ୍କ ନାଁରେ ଏହି ତାଲା କୋରିୟରରେ ପଠାଯାଇଛି ।
ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଆସନ୍ତା ଫେବ୍ରୁଆରି ୧୦ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ । ରାଜ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେପି ଓ ସପା ମଧ୍ୟରେ ହେଉଛି । ଅନ୍ୟପକ୍ଷରେ ଏହି ନିର୍ବାଚନରେ ସପା ସହିତ ମିଶି ଲଢିବାକୁ ଏନସିପି ଘୋଷଣା କରିଛି ।