ଥିରୁଅନନ୍ତପୁରମ୍: ସୁପ୍ରିମ୍ କୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମ ଥର ପାଇଁ କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିର ମାସିକ ପୂଜା କର୍ମ ପାଇଁ ଖୋଲିବାକୁ ଯାଉଛି। ଏହାକୁ ନେଇ ମହିଳାମାନଙ୍କ ମଧ୍ୟରେ କୌତୂହଳ ବଢ଼ିବାରେ ଲାଗିଛି। ବିଶେଷକରି ସବରିମାଳାକୁ ସବୁ ବୟସର ମହିଳା ପ୍ରବେଶ କରିପାରିେବ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟ ଯୋଗୁ ମହିଳାଙ୍କ ଉତ୍ସାହ ବଢ଼ିଛି। କିନ୍ତୁ ଏହାକୁ କିଛି ବର୍ଗର ଲୋକ ପ୍ରବଳ ବିରୋଧ କରୁଛନ୍ତି। ସୁପ୍ରିମ୍ କୋର୍ଟଙ୍କ ରାୟ ଦ୍ବାରା ମନ୍ଦିର ସଂସ୍କୃତି ଓ ପରମ୍ପରା ପ୍ରଭାବିତ ହେବ ବୋଲି ଏମାନେ କହୁଛନ୍ତି। ଏମିତି କି ମନ୍ଦିର ପୁରୋହିତମାନେ ମଧ୍ୟ ଏଭଳି ରାୟକୁ ବିରୋଧ କରୁଛନ୍ତି। ଫଳେର ସବରିମାଳା ମନ୍ଦିର ବିବାଦ କ୍ରମେ ଘନେଇବାରେ ଲାଗିଛି।
ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ନକରିବା ପାଇଁ ଏବେ ମହିଳାଙ୍କ ସମେତ ଅନେକ ଜନସାଧାରଣ ପ୍ରତିବାଦ ଆନ୍ଦୋଳନ କରିଛନ୍ତି। ମନ୍ଦିର ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଆଜି ଟିଡିବି ( ଟ୍ରାଭାନକୋର ଦେବସୋମ ବୋର୍ଡ), ସବରିମାଳା ମନ୍ଦିରର ମୁଖ୍ୟ ପୁରୋହିତ ଏବଂ ପାଣ୍ଡାଲମ୍ର ପୂର୍ବତନ ରାଜକୀୟ ପରିବାର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଛି। ସୁପ୍ରିମ୍ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ କିଛି ଗୋଷ୍ଠୀ ଦାବି କରୁଥିବା ବେଳେ ରାଜ୍ୟ ସରକାର କିନ୍ତୁ ସୁପ୍ରିମ୍ କୋର୍ଟଙ୍କ ରାୟ ଲାଗୁ କରିବା ପାଇଁ ଜିଦ୍ରେ ଅଟଳ ରହିଛନ୍ତି। ତେବେ ଅାଜିର ଅାଲୋଚନା ବିଫଳ ହେବା ପେର ଏବେ ରାଜ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କିଛି ଗୋଷ୍ଠୀର ମହିଳାମାନେ ହିଁ ସବରିମାଳାକୁ ମହିଳାଙ୍କୁ ପ୍ରବେଶ କରାଇ ନଦେବା ପାଇଁ ଜୋରଦାର ଅଭିଯାନ ଆରମ୍ଭ କରିଦେଇଛନ୍ତି। ସେପଟେ ମନ୍ଦିରର ମୁଖ୍ୟ ପୁରୋହିତ ମଧ୍ୟ ପୂଜାବିଧି ପ୍ରତ୍ୟାଖ୍ୟାନ କରିବେ ବୋଲି ଧମକ ଦେଇଛନ୍ତି। କିନ୍ତୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଆଜି ପୁଣି ଥରେ ସ୍ପଷ୍ଟ କରିଦେଇଛନ୍ତି ଯେ ସରକାର ଏହି ମାମଲାରେ ରିଭ୍ୟୁ ପିଟିସନ୍ ଦାଖଲ କରିବେନି କି କୌଣସି ଜଣଙ୍କୁ ହେଲେ ବି ମନ୍ଦିର ଦର୍ଶନ ପାଇଁ ବାରଣ କରାଯିବନି। ବିଜୟନ ଆହୁରି କହିଛନ୍ତି ଆଇନକୁ କେହି ନିଜ ହାତକୁ ନେଇପାରିବେନି। ସରକାରଙ୍କ ପକ୍ଷରୁ ମଧ୍ୟ ମନ୍ଦିରରେ ଭକ୍ତମାନଙ୍କୁ ସମସ୍ତ ସୁବିଧା ସୁେଯାଗ ଦିଆଯିବ ବୋଲି ବିଜୟନ କହିଛନ୍ତି।
ଆସନ୍ତାକାଲି ସବରିମାଳା ମନ୍ଦିର ଖୋଲୁଥିବା ବେଳେ ଅାଜି ଅନେକ ବରିଷ୍ଠ ନାଗରିକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଭକ୍ତ ସବରିମାଳା ମନ୍ଦିର ରାସ୍ତାରେ ଗାଡ଼ିଗୁଡ଼ିକୁ ଅଟକାଉଛନ୍ତି। ଗାଡ଼ିରେ ମହିଳା ଥିଲେ ସେମାନଙ୍କୁ ଅାଗକୁ ଯିବାକୁ ଦିଆଯାଉ ନାହିଁ। ସେମାନେ ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ପ୍ରତ୍ୟେକ ଗାଡ଼ିକୁ ଅଟକାଉଛନ୍ତି। ମହିଳାମାନଙ୍କୁ ସେମାେନ ଜୋର ଜବରଦସ୍ତ ଗାଡ଼ିରୁ ଓହ୍ଲାଇ ଦେଉଛନ୍ତି। ତେବେ ସେମାନେ କେବଳ ଘରୋଇ ଯାନବାହନକୁ ଅଟକାଉ ନାହାନ୍ତି ବରଂ କେଏସଆରଟିସି (କେରଳ ରାଜ୍ୟ ସଡ଼କ ପରିବହନ ନିଗମ)ର ବସ୍କୁ ଅଟକାଇ ମଧ୍ୟ ଯାଞ୍ଚ କରୁଛନ୍ତି। ଉକ୍ତ ମହିଳା ଭକ୍ତମାନେ ସବରିମାଳା ମନ୍ଦିରଠାରୁ ୨୦ କିମି ଦୂର ନିଲାକଲ୍ଠାରେ ପ୍ରତ୍ୟେକ ଗାଡ଼ି ମୋଟରକୁ ଅଟକାଉଛନ୍ତି। କିଛି କଲେଜ୍ ଛାତ୍ରୀଙ୍କୁ ମଧ୍ୟ ବାଟରେ ଅଟକା ଯାଇଛି। ସେହିପରି ଜଣେ ମହିଳା ସାମ୍ବାଦିକ ତାଙ୍କ ଅଫିସ୍ କାର୍ଯ୍ୟ ପାଇଁ ସବରିମାଳା ମନ୍ଦିରରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବାଟରେ ରୋକାଯାଇଛି। ଫଳରେ ବିବାଦ ଉଗ୍ର େହବାରେ ଲାଗିଛି।
ଅନ୍ୟପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଭକ୍ତଙ୍କୁ ଅଟକାଇବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଜୟନ ମଧ୍ୟ ଏକଥା ସ୍ପଷ୍ଟ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସରକାର ରିଭ୍ୟୁ ପିଟିସନ୍ ଦାଖଲ କରିବେନି ଏବଂ ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ନିଶ୍ଚିତ କାର୍ଯ୍ୟକାରୀ କରିବେ। ଏଥିରେ ବାଧା ସୃଷ୍ଟି କରିବାକୁ ଯିଏ ଚେଷ୍ଟା କରିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଘନଉଛି ସବରିମାଳା ବିବାଦ:ଆଜି ଖୋଲିବ ମନ୍ଦିର
ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି ମହିଳା ରୋକୁଛନ୍ତି ରାସ୍ତା :ପୂଜା କରିବେନି ମୁଖ୍ୟ ପୁରୋହିତ : ସୁପ୍ରିମକୋର୍ଟ ରାୟ କାର୍ଯ୍ୟକାରୀ ହେବ :ଜିଦ୍ରେ ଅଟଳ କେରଳ ସରକାର
/sambad/media/post_attachments/wp-content/uploads/2018/10/sabarimala-protests-650_625x300_16_October_18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)