ଭାରତ ଓ ଦୁବାଇ ମେଟ୍ରୋ ମଧ୍ୟରେ ଜେଟ୍‌ ସିଇଓଙ୍କ ତୁଳନାକୁ ସମାଲୋଚନା

ନୂଆଦିଲ୍ଲୀ : ଭାରତ ଓ ଦୁବାଇର ମେଟ୍ରୋ ଷ୍ଟେସନ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଦର୍ଶାଇବା ଲାଗି ବିମାନ କଂପାନି ଜେଟ୍‌ ଏୟାରୱେଜ୍‌ର ସିଇଓ ସଞ୍ଜୀବ କପୁର ଟୁଇଟ୍‌ କରିଥିଲେ। ସେଥିପାଇଁ ତାଙ୍କୁ ନେଟିଜେନ୍‌ (ଇଣ୍ଟରନେଟ୍‌ରେ ସକ୍ରିୟ ନାଗରିକ) କଡ଼ା ସମାଲୋଚନା କରିଛନ୍ତି। କିଛି ବ୍ୟକ୍ତି କେବେବି ନିଜ ଦେଶକୁ ପ୍ରଶଂସା କରନ୍ତି ନାହିଁ ବୋଲି ଜଣେ ବ୍ୟକ୍ତି ତାଙ୍କୁ ଉତ୍ତର ଦେଇଛନ୍ତି।

ଶ୍ରୀ କପୁର ଟୁଇଟ୍‌ କରିଥିବା ଫଟୋକୁ ଆଉ ଦେଖି ହେଉନାହିଁ। ନିଜ ଟ୍ବିଟ୍‌ର ବାମ ପାର୍ଶ୍ବରେ ବେଙ୍ଗାଲୁରୁ ମେଟ୍ରୋ ଓ ଡାହାଣରେ ଦୁବାଇ ମେଟ୍ରୋର ଫଟୋକୁ ସେ ସେୟାର କରିଥିଲେ। ବାଙ୍ଗାଲୋର, ଗୁରୁଗାଓଁ ଓ କୋଲକାତା ମେଟ୍ରୋ ଷ୍ଟେସନଗୁଡ଼ିକରେ କଳାତ୍ମକ ଚିତ୍ର ବିହୀନ କଙ୍କ୍ରିଟ୍‌ ବୋଲି ସେ ଲେଖିଥିଲେ। ଆଉ ଏହା ସହିତ ଜଣାଇଥିଲେ ଯେ ଦୁବାଇର ମେଟ୍ରୋ ୧୦ ବର୍ଷ ପୂର୍ବରୁ ତିଆରି ହୋଇ ମଧ୍ୟ କେତେ ସୁନ୍ଦର ରହିଛି। ତାଙ୍କର ଏହି ଟ୍ବିଟ୍‌ ପରେ ବହୁ ଲୋକ ମେଟ୍ରୋ ଷ୍ଟେସନଗୁଡ଼ିକରେ ହୋଇଥିବା ସୁନ୍ଦର କଳାକୃତି ଓ ଚିତ୍ରକଳାକୁ ଟ୍ବିଟର୍‌ରେ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର