ରିୟାଦ: ଏକଛତ୍ରବାଦ ଓ ନିରଙ୍କୁଶ ଶାସନର ଏକ ନମୁନା ସାଉଦି ଆରବରୁ ମିଳିଛି। ସରକାରଙ୍କ କାର୍ଯ୍ୟବ୍ୟବସ୍ଥା ସମ୍ପର୍କ‌ରେ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କ ନିମନ୍ତେ ମହଙ୍ଗା ପଡ଼ିଛି। ଶିକ୍ଷକଙ୍କ ମୃତ୍ୟୁଦଣ୍ଡକୁ ବଦଳାଇ ସାଉଦୀ କୋର୍ଟ ୩୦ବର୍ଷ ଜେଲ୍‌ଦଣ୍ଡ ପ୍ରଦାନ କରିଛି। 

Advertisment

ମହମ୍ମଦ ଅସ୍‌ ଘମାନ୍ଦି ଜଣେ ଅବସରପ୍ରାପ୍ତ ଶିକ୍ଷକ।  ସାମାଜିକ ଗଣମାଧ୍ୟମରେ ସେ ସାଉଦୀ ସରକାର ଓ ରାଜା ମହମ୍ମଦ ବିନ୍‌ ସଲମନ୍‌ଙ୍କୁ ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ ତାଙ୍କର କେବଳ ୯ଜଣ ଫଲୋଅର୍ସ ଅଛନ୍ତି। ଏହି ପୋଷ୍ଟରେ ସେ ସାଉଦୀ ସରକାର ଓ ରାଜାଙ୍କ ନୀତି ବିରୋଧରେ ଲେଖିଥିଲେ। ତେବେ ସେ ଉଗ୍ର ଇସଲାମୀୟ ଚିନ୍ତାଧାରା ଓ ଆତଙ୍କବାଦକୁ ସମର୍ଥନ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ତାଙ୍କୁ ଜୁନ୍‌ ୨୦୨୨ରେ ଗିରଫ କରାଯାଇଥିଲା। ସାଉଦୀ କୋର୍ଟ, ଜୁଲାଇ ୨୦୨୩ରେ ମୃତ୍ୟୁଦଣ୍ଡ ଶୁଣାଇଥିଲା। ଆଜି ମୃତ୍ୟୁଦଣ୍ଡାଦେଶକୁ ବଦଳାଇ ୩୦ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ଅନେକ ମାନବାଧିକାର ସଂଗଠନ ଏ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି।