ମନୋଜ ତିଓ୍ଵାରୀଙ୍କୁ ଭର୍ତ୍ସନା

ନୂଆଦିଲ୍ଲୀ: ଦିଲ୍ଲୀ ଗୋକୁଲପୁରଠାରେ ଏକ ଘରର ତାଲା ଭାଂଗିବା ଘଟଣାରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀଙ୍କୁ ଭର୍ତ୍ସନା କରିଛନ୍ତି। ସାଂସଦ ହେଲେ ବି ଆଇନକୁ ହାତକୁ ନେବା ପାଇଁ ସ୍ୱାଧୀନତା ଦିଆଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ବିଚାରପତି ଏମ୍‌ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଚ୍ଛଲ୍ୟ କରି କହିଛନ୍ତି, ସିଲିଙ୍ଗ୍‌ ମାମଲାରେ ତିଓ୍ଵାରୀଙ୍କୁ ଅଯଥା ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏଭଳି ହେଲେ ତାଙ୍କୁ ସିଲିଙ୍ଗ୍‌ ଅଫିସର ଭାବେ ନିଯୁକ୍ତି ଦିଆଯିବ। ଏହାପରେ ସପ୍ତାହକ ମଧ୍ୟରେ ଜବାବ ଦେବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର