ପାଣି ଭିତରକୁ ଟାଣି ନେଇଥିବା କୁମ୍ଭୀର ପାଟିରୁ ସାଙ୍ଗକୁ ଏପରି ବଞ୍ଚାଇଲେ ଏହି ଯୁବକ

ନୂଆଦିଲ୍ଲୀ: ଦୁଇଜଣ ସାଙ୍ଗଙ୍କୁ ଡ୍ୟାମ୍‌ର ବ୍ୟାକ୍‌ଓ୍ଵାଟରରେ ଗାଧୋଇବା ମହଙ୍ଗା ପଡ଼ିଛି। ଡ୍ୟାମ୍‌ରେ ଗାଧୋଉ ଥିବା ସମୟରେ ଦୁହେଁ ମଜାମସ୍ତିରେ ନିଜର ଭିଡିଓ ତିଆରି କରୁଥିଲେ। ଏହି ସମୟରେ ହଠାତ ପାଣି ଭିତରୁ ଏକ କୁମ୍ଭୀର ବାହାରି ଦୁଇସାଙ୍ଗ ମଧ୍ୟରୁ ଜଣଙ୍କ ଗୋଡ଼କୁ କାମୁଡ଼ି ପାଣି ଭିତରକୁ ଟାଣି ନେଇଥିଲା। ଏହି ସମୟରେ ଅନ୍ୟ ଜଣେ ସାଙ୍ଗ ନିଜ ଜୀବନକୁ ଖାତିର ନକରି ମରଣ ମୁହଁରୁ ସାଙ୍ଗକୁ ଟାଣି ଆଣିଥିଲେ।

aajtak.intoday.in

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବସବାସ କରୁଥିବା ଯୁବକ ଅମିତଙ୍କ ମୁତାବକ, ସେ ତାଙ୍କ ସାଙ୍ଗ ଗଜେନ୍ଦ୍ର ସହିତ ଗତ ସୋମବାର ସନ୍ଧ୍ୟାରେ ଘର ପାଖରେ ଥିବା ଡ୍ୟାମ୍‌ର ବ୍ୟାକ୍‌ଓ୍ଵାଟରକୁ ସ୍ନାନ କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଗୋଡ଼କୁ କେହି ଜଣେ କାମୁଡ଼ି ଧରିବା ସହିତ ପାଣି ଭିତରକୁ ଟାଣି ନେଇଥିଲା।

ସେ ପ୍ରଥମେ କିଛି ବୁଝି ପାରି ନଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ସାଙ୍ଗ ଗଜେନ୍ଦ୍ର ପାଖରେ ବନ୍ଧା ହୋଇଥିବା ଏକ ବାଡ଼ି ଭାଙ୍ଗି କୁମ୍ଭୀର ମୁଣ୍ଡକୁ ପାହାର ଉପରେ ପାହାର ପକାଇ ଚାଲିଥିଲେ। ଫଳରେ କୁମ୍ଭୀରଟି ପାଟି ଖୋଲି ଦେଇଥିଲା। କୁମ୍ଭୀର ପାଟିରୁ ସୌଭାଗ୍ୟବଶତଃ ସେ ମୁକୁଳି ପାଣି ଉପରକୁ ଉଠି ଆସିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।

aajtak.intoday.in

ଅମିତ ସେ ଦିନର ଭୟାବହ ଘଟଣାକୁ ମନେ ପକାଇଲେ ଏବେ ବି ତାଙ୍କ ଲୋମମୂଳ ଟାଙ୍କୁରି ଉଠିଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର