ଅହମଦାବାଦ: ରବିବାର ଦିନ ଗୁଜରାଟର ମହିସାଗର ଜିଲ୍ଲାରେ ଥିବା ଖୋଦିୟାର୍ ମାତା ମନ୍ଦିର ମଧ୍ୟକୁ ପଶିଯାଇଥିବା ଗୋଟାଏ କୁମ୍ଭୀରକୁ ଶୁଭ ଲକ୍ଷଣ କହି ଲୋକେ ପୂଜାର୍ଚ୍ଚନା କରିବାରୁ ସେ ସରୀସୃପଟିକୁ ବହୁ ବିଳମ୍ବରେ ବନ ବିଭାଗ ଉଦ୍ଧାର କରିଥିଲେ।
ପଟେଲ୍ ସମ୍ପ୍ରଦାୟର ପ୍ରତ୍ୟକ୍ଷ ଦେବୀ ଖୋଦିୟାର୍ ମାତାଙ୍କର ବାହନ କୁମ୍ଭୀର ବୋଲି ଧର୍ମଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ ରହିଛି।
/sambad/media/post_attachments/wp-content/uploads/2019/06/crocodile-.jpg) Image Source: New Indian Express
 Image Source: New Indian Expressଲୁନ୍ଓ୍ଵାଡ଼ା ତହସିଲ୍ ଅନ୍ତର୍ଗତ ପାଲ୍ଲା ଗ୍ରାମରେ ଥିବା ଏହି ମନ୍ଦିରରେ ବିପୁଳ ସଂଖ୍ୟକ ଲୋକେ ସମବେତ ହୋଇ ଆରତି କରିବା ସହ ଠାକୁରାଣୀଙ୍କ ମୂର୍ତ୍ତି ନିକଟରେ ଶୋଇଥିବା ସେ ଛଅଫୁଟିଆ ସରୀସୃପ ଉପରେ ସିନ୍ଦୂର ବୃଷ୍ଟି କରିଥିବା କଥା ବନ ବିଭାଗର ଇନ୍-ଚାର୍ଜ ଆର୍ଭି ପଟେଲ୍।
/sambad/media/post_attachments/wp-content/uploads/2019/06/crocodile-gujarat-300x167.jpg) Image Source: The Indian Express
 Image Source: The Indian Expressମହିସାଗର ଉପ ବନସଂରକ୍ଷକ ଆର୍ଏମ୍ ପାରମର କହନ୍ତି ମନ୍ଦିର ପରିସରରେ ଲୋକ ଗହଳି ହେତୁ ଉଦ୍ଧାର କାର୍ଯ୍ୟରେ ପ୍ରାୟ ଦୁଇଘଣ୍ଟା ବିଳମ୍ବ ଘଟିଲା।
ପାରାମର କହିଛନ୍ତି: କୁମ୍ଭୀରଟିକୁ ଧରିବାକୁ ଆମ କର୍ମଚାରୀମାନେ ଯିବାରୁ ଲୋକେ ପ୍ରବଳ ବିରୋଧ କଲେ। ଧାର୍ମିକ ଭାବନାକୁ ଆଘାତ ଦେବାକୁ ଚାହୁଁ ନ ଥିବାରୁ ଆମକୁ ଦୁଇଘଣ୍ଟା କାଳ ଅପେକ୍ଷା କରିବାକୁ ପଡ଼ିଲା। ପରେ ଆମେ ସେ ସରୀସୃପଟିକୁ ଧରି ନିକଟବର୍ତ୍ତୀ ଜଳାଶୟରେ ଛାଡ଼ିଲୁ।
ସେ ଆହୁରି କହିଛନ୍ତି: ମହିସାଗର ନଦୀ ସମେତ ଏ ଅଞ୍ଚଳର ଜଳାଶୟଗୁଡ଼ିକରେ ବଡ଼ ବଡ଼ କୁମ୍ଭୀର ଅଛନ୍ତି। ଖାଦ୍ୟ ଅନେ୍ଵଷଣରେ ସେମାନେ ୪/୫ କିଲୋମିଟର୍ ଦୂର ସ୍ଥାନକୁ ଯାତାୟତ କରିପାରନ୍ତି।
/sambad/media/post_attachments/wp-content/uploads/2019/06/Croc-in-Temple3.jpg)
ଉଦ୍ଧାର କରାଯାଇଥିବା କୁମ୍ଭୀରଟି ପ୍ରାୟ ୪ ବର୍ଷର। ସମ୍ଭବତଃ ବିଶ୍ରାମ ନେବା ପାଇଁ ବିଳମ୍ବିତ ରାତ୍ରୀରେ ମନ୍ଦିର ମଧ୍ୟକୁ ଚାଲିଯାଇଛି। ପ୍ରତିବର୍ଷ ଆମେ ପ୍ରାୟ ୩୦/୩୫ଟି କୁମ୍ଭୀର ଉଦ୍ଧାର କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Crocodile-in-Temple_Thumbnail-1.jpg)
