ନୂଆଦିଲ୍ଲୀ: ପାକିସ୍ତାନ ନାଗରିକ ସୀମା ହାଇଦର ପ୍ରେମିକ ସଚିନଙ୍କ ପାଇଁ ଭାରତରେ ବେଆଇନ ଭାବେ ପ୍ରବେଶ କରିଥିଲେ। ସୀମାଙ୍କ ଏହି ଘଟଣାର ସମାଧାନ ଏଯାବତ ହୋଇ ନଥିବା ବେଳେ ଏମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ପ୍ରେମିକ‌ା ତାଙ୍କ ପ୍ରେମିକ ପାଇଁ ଦକ୍ଷିଣ ଭାରତରୁ ଧାଇଁ ଆସିଛନ୍ତି।

Advertisment

ସୂଚନାଯୋଗ୍ୟ, ଶୀଲଙ୍କାରେ ରହୁଥିବା ବିଗ୍ନେଶ୍ବରୀ(୨୫) ଫେସବୁକ ପ୍ରେମିକଙ୍କୁ ବିବ‌ାହ କରିବା ପାଇଁ ଆନ୍ଧ୍ରପ୍ରଦେଶ ଚାଲି ଆସିଛନ୍ତି। ବିଗ୍ନେଶ୍ବରୀ ଏହି ଯାତ୍ର ଟୁଇରିଷ୍ଟ ଭିସା ଜରିଆରେ କରିଥିବା ଜଣାପଡ଼ିଛି।

ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ରହୁଥିବା ଲକ୍ଷ୍ମଣ(୨୮) ଶ୍ରୀଲଙ୍କାରେ ରହୁଥିବା ବିଗ୍ନେଶ୍ବରୀ(୨୫)ଙ୍କ ସାକ୍ଷାତ ୨୦୧୭ରେ ଫେସବୁକ ଜରିଆରେ ହୋଇଥିଲା। ଦୁହିଁଙ୍କ ମଧ୍ୟ‌ରେ ଫେସବୁକରେ ବନ୍ଧୁତା ହେବାପରେ ଏସମ୍ପର୍କ ପ୍ରେମରେ ପରିଣତ ହୋଇଯାଇଥିଲା। ଅନେକଦିନ ପ୍ରେମସମ୍ପର୍କରେ ରହିବା ପରେ ଲକ୍ଷ୍ମଣ ଓ ବିଗ୍ନେଶ୍ବରୀ ବିବାହ କରିବାକୁ ସ୍ଥିର କରିଥିଲେ। ଏହାପରେ ବିମ‌ାନ ଯୋଗେ ବିଗ୍ନେଶ୍ବରୀ ସୀମା ପାର କରି ଚେନ୍ନାଇରେ ପହଞ୍ଚିଥିଲେ।

ଲକ୍ଷ୍ମଣ ଚେନ୍ନାଇ ବିମାନବନ୍ଦରରୁ ବିଗ୍ନେଶ୍ବରୀଙ୍କୁ ନେଇ ଜୁଲାଇ ୨୦ ତାରିଖରେ ନିକଟସ୍ଥ ଏକ ମନ୍ଦିରରେ ବିବାହ କରିଥିଲେ। ଏହି ବିବାହରେ ଲକ୍ଷ୍ମଣଙ୍କ ପରିବାର ପ୍ରଥମେ ରାଜି ନଥିଲେ ପରେ ଦୁହେଁ ମିଶି ବୁଝାଇବା ପରେ ରାଜି ହୋଇଯାଇଥିଲେ। ଏହାପରେ ପୁଅ ଓ ବୋହୂଙ୍କୁ ଖୁସିରେ ଗ୍ରହଣ କରିଥିଲେ।

ତେବେ ବିଗ୍ନେଶ୍ବର ପୁଲିସକୁ ଅନୁରୋଧ କରି କହିଛନ୍ତି କି,‘ ମୁଁ ଆସିଥିବା ଭିସାର ଅବଧି ଅଗଷ୍ଟ ୧୫ରେ ଶେଷ ହୋଇଯିବ। ତୁରନ୍ତ ଏହାର ଅବଧି ବୃଦ୍ଧି କରାଯାଉ। ଆଉ ମୋ‌ତେ ମୋ ଶାଶୁଘରେ ରହିବାକୁ ଅନୁମତି ଦିଆଯାଉ।’