ବିଜେପିକୁ ଝଟକା: ବିଧାୟିକା କଲେ କ୍ରସ ଭୋଟିଂ

ଜୟପୁର: ରାଜସ୍ଥାନରେ ଚାରିଟି ରାଜ୍ୟସଭା ଆସନ ପାଇଁ ଚାଲିଥିବା ଭୋଟଗ୍ରହଣ ମଧ୍ୟରେ ଦୁଇ ବିଜେପି ବିଧାୟକଙ୍କ ଭୋଟ୍ ଖାରଜ ହୋଇଥିବାର ପ୍ରସଙ୍ଗ ସାମ୍ନାକୁ ଆସୁଛି। ସୂଚନାନୁସାରେ, ବିଜେପି ବିଧାୟିକା ଶୋଭା ରାନୀଙ୍କ ଭୋଟ୍ ଖାରଜ ହୋଇଯାଇଛି | ଏଥି ସହ ବିଧାୟକ କୈଳାସ ମୀନାଙ୍କ ଭୋଟକୁ ନେଇ ବିବାଦ ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେପି ବିଧାୟିକା ଶୋଭା ରାନୀ ବିଜେପିର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ କ୍ରସ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଭୋଟ୍ ଦେଇଥିଲେ । ରାଜସ୍ଥାନର ଢ଼ୋଲପୁରର ବିଧାୟିକା ଶୋଭା ରାନୀ ଦୀର୍ଘ ଦିନ ଧରି ବିଜେପି ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବାର ନଜର ଆସିଥିଲା |

ଅନ୍ୟପକ୍ଷରେ, ଗଢ଼ୀରୁ ବିଧାୟକ ଥିବା କୈଳାସ ମୀନା ଦଳର ଏଜେଣ୍ଟଙ୍କ ବଦଳରେ ଅନ୍ୟ କାହାକୁ ନିଜର ଭୋଟ୍ ଦେଖାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କଂଗ୍ରେସ ଅଭିଯୋଗ ଆଣିଛି। ତେବେ କୈଳାସଙ୍କ ଭୋଟ୍ ଖାରଜ ହୋଇଛି ବୋଲି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ | ସୂଚନା ଥାଉ କି ଯେ ଉଭୟ ବିଧାୟକ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନିକଟତର ବୋଲି ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ଦଳ ଭିତରେ ଚାଲିଥିବା କନ୍ଦଳ ପାଇଁ ଏପରି ହୋଇଛି ବୋଲି କୁହାଯାଉଛି |

ସୂଚନା ଥାଉ କି ଯଦିଓ ରାଜ୍ୟସଭା ନିର୍ବାଚନ ପାଇଁ ୫୭ଟି ଆସନ ପାଇଁ ନିର୍ବାଚନ ଘୋଷଣା କରାଯାଇଥିଲା | ତଥାପି ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ, ପଞ୍ଜାବ, ତେଲେଙ୍ଗାନା, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ୪୧ ଜଣ ପ୍ରାର୍ଥୀ ବିନା ନିର୍ବାଚନରେ ​​ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର