ତିରୁଅନନ୍ତପୁରମ: ଦେଶରେ ବୃଦ୍ଧି ପାଉଥିବା କରୋନା ମହାମାରୀ ସମୟରେ ଡାକ୍ତରଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କର୍ମୀମାନେ ଘର ପରିବାର ଠାରୁ ଦୂରେଇ ରହି ଅହରହ ସେବା ଦେଇ ଚାଲିଛନ୍ତି। ଏଭଳି ସମୟରେ ସ୍ବାସ୍ଥ୍ୟକର୍ମୀ କୋଭିଡ ପୀଡିତଙ୍କ ନିକଟରେ ପହଞ୍ଚିବା ପାଇଁ ନଦୀ ପାର ହେବା ସହ ଜଙ୍ଗଲ ମଧ୍ୟରେ ଅନେକ କିଲୋମିଟର ଅତିକ୍ରମ କରିଥିବା ଘଟଣା ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ପାହାଡିଆ ଅଞ୍ଚଳରେ ଥିବା ମୁରୁଗୁଲାରେ କରୋନା ସଂକ୍ରମଣ ଦେଖା ଦେଇଛି। ଏହି ଗାଁ ପାଲକ୍କଡର ଅଟାପାଡି ଠାରୁ ୨୦ କିଲୋମିଟର ଦୂରରେ ରହିଥିବା କୁହାଯାଉଛି। ଇରୁଲା, ମୁଦୁଗର ଏବଂ କୁରୁମ୍ବା ଜନଜାତିର ପ୍ରାୟ ୧୦୦ରୁ ଅଧିକ ଲୋକ ଏଠାରେ ବାସ କରନ୍ତି । ହେଲେ ଗତ ସପ୍ତାହରେ ଏଠାରେ ବସବାସ କରୁଥିବା ଗୋଟିଏ ପରିବାରର ତିନି ଜଣ ଲୋକ ଜ୍ୱରରେ ପୀଡିତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏହି ଗାଁକୁ ଚିକିତ୍ସା ସୁବିଧା ପହଞ୍ଚି ପାରୁ ନଥିଲା । ଫଳରେ ଚିକିତ୍ସା ନପାଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ।
/sambad/media/post_attachments/wp-content/uploads/2019/07/doctor.jpg)
ଏହି ଖବର ଡୋମିସିଲିୟାରି କେୟାର ସେଣ୍ଟରର ଡାକ୍ତରୀ ଦଳଙ୍କ ପାଖରେ ପହଞ୍ଚିଥିଲା। ଏହାପରେ ତିନିଜଣ ଡାକ୍ତର ସମୟ ବିଳମ୍ବ ନକରି କାର ଯୋଗେ ଉକ୍ତ ଗ୍ରାମକୁ ବାହାରି ପଡ଼ିଥିଲେ। ହେଲେ ଉକ୍ତ ଗାଁକୁ ଗାଡ଼ି ଯିବାର ସୁବିଧା ନଥିବାରୁ ସେମାନେ ନଦୀ ପାର ହେବା ପରେ ଅଟାପାଡି ଜଙ୍ଗଲରେ ୮ କିଲୋମିଟର ଚାଲିଥିଲେ। ଏହାପରେ ଯାଇ ଗାଁରେ ପହଞ୍ଚିଥିଲେ ।
ଡାକ୍ତରିଦଳ ଗାଁରେ ପହଞ୍ଚିବା ପରେ ୩୦ରୁ ଅଧିକ ଲୋକଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ସେଥିରୁ ୭ ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । କରୋନା ସଂକ୍ରମିତ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଡାକ୍ତରୀ ଦଳର ଡାକ୍ତର ସୁକନ୍ୟା, ହେଲଥ ଇନ୍ସପେକ୍ଟର ଡାକ୍ତର ସୁନୀଲ ବସୁ, ଜୁନିଅର ହେଲଥ ଇନ୍ସପେକ୍ଟର ଡାକ୍ତର ଶୌଜ ଓ କାର ଚାଳକ ସାଜେଶଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/untitled-13-1484292830-17-1500280074.jpg)