ପାଟନା: ବିହାରରେ ଆସନ୍ତା ୨୮ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ନିର୍ବାଚନ | ଏ ନେଇ ସବୁ ଦଳର ପ୍ରାର୍ଥୀ ପ୍ରସ୍ତୁତ ହୋଇସାରିଥିବା ବେଳେ ପ୍ରଚାର କାମ ଜୋରସୋରରେ ଆଗେଇ ଚାଲିଛି | ଭୋଟ ହାତେଇବା ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ବାଟ ଆପଣାଉଛି | ଏ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ନେତା ତେଜସ୍ୱୀ ଯାଦବ ବାରମ୍ବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଚାଲିଛନ୍ତି| ବିହାରବାସୀ ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଘୃଣା କରିବା ଆରମ୍ଭ କରିଥିବା କହିଛନ୍ତି ତେଜସ୍ୱୀ ଯାଦବ |
ତାଙ୍କ କହିବା ମୁତାବକ, ଆମର ନିର୍ବାଚନୀ ରାଲିର ଭିଡ଼ ଦର୍ଶାଉଛି ଯେ, ଲୋକମାନେ କେବଳ ନୀତୀଶ କୁମାରଙ୍କ ଉପରେ ରାଗି ନାହାଁନ୍ତି ବରଂ ତାଙ୍କୁ ବର୍ତ୍ତମାନ ଘୃଣା କରୁଛନ୍ତି, ଏହା ହେଉଛି ସେମାନଙ୍କର କ୍ରୋଧର ସ୍ତର | ଜାତି, ଧର୍ମ, ଶ୍ରେଣୀ ଏବଂ ଧର୍ମକୁ ଛାଡି ଲୋକମାନେ ବେରୋଜଗାର ପ୍ରସଙ୍ଗରେ ବର୍ତ୍ତମାନ ବିହାର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
/sambad/media/post_attachments/37c8728819ae9c4f9aa370607c21bdf00894d80cec2a7731c1a6321e9a558c93.jpeg)
ତେବେ ଆରଜେଡି ବେରୋଜଗାର ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ନିଜ ଘୋଷଣା ପତ୍ରରେ କ୍ଷମତାକୁ ଆସିଲେ ୧୦ଲକ୍ଷ ଚାକିରି ସୁବିଧା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛି | ଅନ୍ୟପକ୍ଷରେ ବିଜେପି କ୍ଷମତାରେ ରହିବା ପାଇଁ ୧୯ଲକ୍ଷ ଚାକିରିର ପ୍ରତିଶ୍ରୁତି ଦେଇଛି | ଏହା ସହିତ ବିଜେପି ପୁଣି ଥରେ କ୍ଷମତାକୁ ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ସଭାପତି ଜେପି ନଡ୍ଡା |