‌କରୋନା ବେଳେ ଗଙ୍ଗାରେ ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ହାପୁର (ଉତ୍ତର ପ୍ରଦେଶ):ଦେଶରେ କରୋନାର ଦ୍ବିତୀୟ ଲହର ଏବେ ଚାଲିଛି। ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ସଫା କରିବା ଭଳି କୋଭିଡ ଉପଯୁକ୍ତ ବ୍ୟବହାର ରକ୍ଷା ପାଇଁ ପରାମର୍ଶ ଦିଆଯାଉଛି। କିନ୍ତୁ ଲୋକେ ଏସବୁକୁ ଯେଭଳି ମାନିବା ପରିସ୍ଥିତିରେ ନାହାନ୍ତି। ଏହାର ଏକ ନମୁନା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି। ଗଙ୍ଗା ଦଶହରା ଉପଲକ୍ଷେ ଶ୍ରଦ୍ଧାଳୁମାନେ ହାପୁରର ବ୍ରଜଘାଟରେ ଆଜି ବୁଡ଼ ପକାଇବା ପାଇଁ ବହୁସଂଖ୍ୟାରେ ଭିଡ଼ ଜମାଇଥିଲେ।

ଏଠାରେ କରୋନାର ସମସ୍ତ ନିୟମକୁ ଫୁ କରି ଉଡ଼ାଇ ଦିଆଯାଇଛି। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଧାର୍ମିକ ଏବଂ ଅନ୍ୟାନ୍ୟ ସମାବେଶ ଉପରେ କଟକଣା ଲାଗିଥିବାବେଳେ ଲୋକମାନେ କିଭଳି ଏଠାରେ ଏତେ ସଂଖ୍ୟାରେ ଏକାଠି ହେବାର ସୁଯୋଗ ପାଇଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ହରିଦ୍ବାରରେ କୁମ୍ଭମେଳା ଆୟୋଜନ ପାଇଁ ଦେଶରେ ଦ୍ବିତୀୟ ଲହର ଅଧିକ ବେଗରେ ବ୍ୟାପିଥିବା କୁହାଯାଉଥିଲେ ମଧ୍ୟ ଲୋକେ ପୁଣି ଏକାଠି ହେବା ଚିନ୍ତା ବଢ଼ାଇଛି।

ସମ୍ବନ୍ଧିତ ଖବର