ଝାଡ଼ଖଣ୍ଡ: ବୋକାରୋରେ ସିଆରପିଏଫ୍‌ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଦୁଇ ଅଧିକାରୀ ମୃତ

ଝାଡ଼ଖଣ୍ଡ: ଝାଡଖଣ୍ଡ ବୋକାରୋରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(ସିଆରପିଏଫ୍‌)ର ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଜଣେ  ସହକାରୀ କମାଣ୍ଡାଣ୍ଡ ଓ ଏଏସ୍‌ଆଇଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ମଙ୍ଗଳବାର ସୂଚନା ମିଳିଛି। ମୃତ ଦୁଇ ଯବାନଙ୍କ ନାମ ସାହୁଲ ହରସନ୍‌ ଓ ପି ଭୁପିଆ ବୋଲି ଜଣାପଡ଼ିଛି।

ଏହି ଗୁଳିକାଣ୍ଡ ସିଆରପିଏଫ୍‌ ବୋକାରୋର ୨୨୬ତମ ବଟାଲିୟାନ୍‌ର ‘ଚାର୍ଲି’ କମ୍ପାନିରେ ସୋମବାର ରାତି ୯.୩୦ରେ ଘଟିଛି। ଗୁଳିବିନିମୟରେ ସହକାରୀ କମାଣ୍ଡାଣ୍ଡ ଓ ଏଏସ୍‌ଆଇଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ହୋଇଥିଲେ। ଗୁୁୁରୁତର ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରେ ରାଞ୍ଚି ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସେଣ୍ଟ୍ରି ଅଭିଯୁକ୍ତ ସିଆରପିଏଫ୍‌ କନେଷ୍ଟବଳଙ୍କୁ ଗୁଳି କରି କାବୁ କରିଛନ୍ତି।

ସିଆରପିଏଫ୍‌ର ବରିଷ୍ଠ ଅଧିକାରୀ ଓ ରାଜ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସିଆରପିଏଫ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଏହି ଗୁଳିକାଣ୍ଡ ପଛରେ କ’ଣ କାରଣ ରହିଥାଇ ପାରେ ତାହା ଏଯାବତ ସ୍ପଷ୍ଟ ହୋଇ ପାରିନାହିଁ। ଏହି ଘଟଣାକୁ ନେଇ ଯାଞ୍ଚ ଆଦେଶ ଦିଆଯାଇଛି।’

ସମ୍ବନ୍ଧିତ ଖବର