୨ ସହକର୍ମୀଙ୍କୁ ଗୁଳି କରି ହତ୍ୟା କଲେ ସିଆଇଏସଏଫ୍‌ ଯବାନ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଉଦ୍ଧମପୁରରେ ଆଜି ଜଣେ ସିଆଇଏସଏଫ୍‌ ଯବାନ ତାଙ୍କର ଦୁଇଜଣ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅନ୍ୟଜଣେ ସହକର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧମପୁର ଜିଲ୍ଲା ମୁଖ୍ୟାଳୟଠାରୁ ୫ କିମି ଦୂର ସୁଇ ଗ୍ରାମରେ ଥିବା ଏକ ସିଆଇଏସଏଫ୍‌ ଶିବିରରେ ଏହି ଘଟଣା ଘଟିଛି। ପ୍ରାରମ୍ଭିକ ସୂଚନାରୁ ଏହା ଜଣାପଡ଼ିଛି ଯେ ସିଆଇଏସଏଫ୍‌ ଯବାନଙ୍କର ତାଙ୍କ ସହକର୍ମୀଙ୍କ ସହ କୌଣସି କାରଣ ପାଇଁ ବଚସା ହୋଇଥିଲା। ଫଳରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ସହକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। କନେଷ୍ଟବଳ ବି ଏନ୍‌ ମୁର୍ତ୍ତୀ ଏବଂ ମହମ୍ମଦ ତସଲିମ୍‌ଙ୍କ ମୃତ୍ୟୁ ହୋଇଯାଇଛି। ସଂଜୟ ଥଲି ନାମକ ଅନ୍ୟ ଜଣେ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର