ଇମ୍ଫାଲ : ମଣିପୁରରେ ଜଣେ ସିଆରପିଏଫ୍ ଯବାନ ନିଜ କ୍ୟାମ୍ପରେ ଗୁଳି ଚଳାଇବା ସହ ଆତ୍ମହତ୍ୟା କରିଛନ୍ତି। ଏହି ଗୁଳିବିନିମୟରେ ୨ ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମ୍ଫେଲସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) କ୍ୟାମ୍ପରେ ଗୁରୁବାର ରାତି ପ୍ରାୟ ୮ଟା ୨୦ ମିନିଟରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ୧୨୦ତମ ବାଟାଲିୟନର କନେଷ୍ଟବଳ ସଞ୍ଜୟ କୁମାର।
କ୍ୟାମ୍ପରେ ଗୁଳିଚାଳନା ପରେ ଯବାନ ଜଣକ ଆତ୍ମହତ୍ୟା ମଧ୍ୟ କରିଥିଲେ। ସେ ଆସାମର ବାସିନ୍ଦା ଥିଲେ ଏବଂ ତ୍ରିସୁଣ୍ଡିସ୍ଥିତ ସିଆରପିଏଫ କ୍ୟାମ୍ପରେ ନିୟୋଜିତ ଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଓ ସିଆର୍ପିଏଫ୍ ଅଧିକାରୀ ପହଞ୍ଚିଛନ୍ତି।
ସେ ଆସାମର ବାସିନ୍ଦା ଥିଲେ ଏବଂ ତ୍ରିସୁଣ୍ଡିସ୍ଥିତ ସିଆରପିଏଫ କ୍ୟାମ୍ପରେ ନିୟୋଜିତ ଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଓ ସିଆର୍ପିଏଫ୍ ଅଧିକାରୀ ପହଞ୍ଚିଛନ୍ତି।
ତେବେ ଶେଷରେ ଯବାନ ଜଣକ କାହିଁକି ନିଜ କ୍ୟାମ୍ପରେ ଗୁଳି ଚଳାଇଥିଲେ ତାହା ଜଣାପଡ଼ିନାହିଁ। କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ବରିଷ୍ଠ ଅଧିକାରୀଙ୍କ ବୟାନ ସାମ୍ନାକୁ ଆସିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2018/10/crpf-assam-copy.jpg)