ବୀଜାପୁର: ଆଜି ସକାଳେ ଛତିଶଗଡ଼ ରାଜ୍ୟର ସିଲ୍ଗେର୍ ଅଞ୍ଚଳରେ ଗୋଟାଏ ପାହାଡ଼ୀ ନାଳ ଅତିକ୍ରମ କରୁଥିବା ବେଳେ ‘ସିଆର୍ପିଏଫ୍’ର ଦଳେ ଯବାନମାନଙ୍କ ମଧ୍ୟରୁ ଜଣେ ଭାସି ଯାଇ ନିଖୋଜ ହୋଇଯାଇଥିବା କଥା ‘ସିଆର୍ପିଏଫ୍’ ଡି.ଆଇ.ଜି. କୋମଲ୍ ସିଂହ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ରାତି ତମାମ ସୁକୁମା-ବୀଜାପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାରୁ ଚଲତେ ନଦୀ-ନାଳ ଉଛୁଳି ପଡ଼ିଥିଲା। ପେଟ୍ରୋଲିଙ୍ଗ୍ରୁ ଫେରୁଥିବା ବେଳେ ଯବାନମାନଙ୍କ ମଧ୍ୟରୁ ସୂରଜ ନାମରେ ଜଣେ ନାଳରେ ନିଖୋଜ ହୋଇଯାଇଥିଲେ। କୋବ୍ରା ୨୧୦ ବାଟାଲିୟାନ୍ର ଉକ୍ତ ଯବାନଙ୍କ ଘର କେରଳରେ ବୋଲି ଜଣାପଡ଼ିଛି।
ନିଖୋଜ ସୂରଜଙ୍କ ସନ୍ଧାନରେ ଅନ୍ୟ ଯବାନ ଏବଂ ଗ୍ରାମବାସୀମାନେ ଲାଗିପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/jawan.jpg)