ଶ୍ରୀନଗର: ରବିବାର ଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଜଣେ ଯବାନଙ୍କୁ ତାଙ୍କ ଘରେ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଛନ୍ତି ବୋଲି ପୁଲିସ କହିଛନ୍ତି।

Advertisment

ଦକ୍ଷିଣ କଶ୍ମୀରର ପୁଲ୍‌ଓ୍ଵାମା ଅନ୍ତର୍ଗତ ନୈରା ଅଞ୍ଚଳର ସ୍ଥାନୀୟ ସିଆର୍‌ପିଏଫ୍‌ କନେଷ୍ଟବଳ ଅହମଦ ରଥରଙ୍କ ଘରେ ଅଚିହ୍ନା ଆତଙ୍କବାଦୀମାନେ ଧଷେଇ ପଶି ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ରଥର ଅତି ଜଟିଳ ଭାବେ କ୍ଷତାକ୍ତ ହୋଇଥିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେ ବଞ୍ଚିଲେ ନାହିଁ।

ଆତତାୟୀମାନଙ୍କୁ ଧରିବା ନିମନ୍ତେ ସମ୍ପୃକ୍ତ ଅଞ୍ଚଳକୁ କଡର୍ନ କରାଯାଇ ତଲାସ ଆରମ୍ଭ କରାଯାଇଛି। ଏ ମାମଲାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ବୋଲି ସେ ପୁଲିସ ଅଧିକାରୀଜଣକ କହିଛନ୍ତି।

ପୂର୍ବରୁ ଜୁଲାଇ ୨୧ ତାରିଖ ଦିନ ଛୁଟିରେ ଥିବା କନେଷ୍ଟବଳ ମହମ୍ମଦ ସଲୀମ୍‌ ଶାହାଙ୍କୁ ମଧ୍ୟ ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଅନ୍ତର୍ଗତ ମୁତାଲହମା ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିଥିଲେ।

ସୋପିଆନ ଜିଲ୍ଲାରୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ପୁଲିସବାଲା ଜାଭେଦ୍‌ ଦରଙ୍କୁ ଅପହରଣ କରିଥିଲେ ଏବଂ ଜୁଲାଇ ୬ ତାରିଖରେ ତାଙ୍କ ଶବ କୁଲଗାମରୁ ମିଳିଥିଲା।