ସିଆର୍‌ ପିଏଫ୍‌ କନ୍‌ଷ୍ଟେବଲ୍‌ ବହିଷ୍କୃତ

ସରକାର ବିରୋଧୀ ମନ୍ତବ୍ୟ ଛାଡ଼ିବା ମହଙ୍ଗା ହେଲା

ଗୌହାଟୀ(ଆସାମ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ସରକାରଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଛାଡ଼ିଥିବା ବିହାର ଆରା ଅଞ୍ଚଳର ସିଆର୍‌ଏଫ୍‌ ଯବାନ ପଙ୍କଜ ମିଶ୍ରାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଗତ କିଛି ମାସ ହେଲା ପଙ୍କଜ ସୋସିଆଲ ମିଡିଆରେ ମୋଦି, ରାଜନାଥ, ଏନ୍‌ଡିଏ ସରକାର ଏବଂ ସିଆର୍‌ପିଏଫ୍‌ ଅଧିକାରୀଙ୍କ ବିରୋଧରେ ବହୁ ସଂଖ୍ୟାରେ ଅଶାଳୀନ ଭିଡିଓ କ୍ଲିପ୍‌ ଛାଡ଼ି ଆସୁଥିଲେ। ତେବେ ଏହା ଜଣେ ସରକାରୀ କର୍ମଚାରୀଙ୍କ ଆଚରଣ ସଂହିତାର ଉଲ୍ଲଂଘନ ବୋଲି ସିଆର୍‌ ପିଏଫ୍‌ କର୍ତ୍ତୃପକ୍ଷ ସତର୍କ କରାଇବା ସହ ପଙ୍କଜଙ୍କୁ ଏଥିରୁ ନିବୃତ୍ତ ରହିବା ଲାଗି ତାଗିଦ କରିଥିଲେ। ସିଆର୍‌ପିଏଫ୍‌ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ପରେ ଜୋରହାଟର ରୋଢ଼ିଆ ସ୍ଥିତ ୧୧୯ ବାଟାଲିଅନ୍‌ରେରେ ଅବସ୍ଥାପିତ ଥିବା ପଙ୍କଜଙ୍କୁ ଶନିବାର ବରଖାସ୍ତ କରାଯାଇଛି। ଏଥି ସହିତ ସେହି ଅପରାଧରେ ମଧ୍ୟ ତାଙ୍କୁ ଆଜି ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର