ଶିକ୍ଷକ ନ ଯିବାରୁ ପିଲାଙ୍କୁ ପାଠ ପଢାଇଲେ ସିଆରପିଏଫ ଯବାନ

ଜଗଦଲପୁର: ଦିନେ ନକ୍ସଲଙ୍କ ପାଇଁ ବନ୍ଦ ରହିଥିଲା ଶିକ୍ଷାଦାନ, କିନ୍ତୁ ଏବେ ପୁଣି ପାଠ ପଢିପାରୁଛନ୍ତି ଛାତ୍ରଛାତ୍ରୀ | ଆଜି ଆମେ ଆପଣଙ୍କୁ ଏମିତି କିଛି ଯବାନଙ୍କ କାହାଣୀ କହିବୁ ଯେଉଁମାନେ ଦେଶର ସୁରକ୍ଷା ଛଡା ଶିକ୍ଷାଦାନ ଭଳି ମହତ କାର୍ଯ୍ୟ ମଧ୍ୟ କରୁଛନ୍ତି | ଛତିଶଗଡ଼ର ବସ୍ତର ଅଂଚଳର ଆଦିବାସୀ ଅଧ୍ୟୁଷିତ ଗାଁ କୋଲେଙ୍ଗ | ଏଠାକାର ଅଧିବାସୀ ଲାଲ ବାହିନୀର ଆତଙ୍କ ଭୟରେ ଦିନ କାଟୁଥିଲେ |

ସ୍ଥିତି ଏମିତି ହୋଇଥିଲା ଯେ ଏହି ଗାଁର କିଛି ଗ୍ରାମବାସୀ ଓ ସରପଞ୍ଚଙ୍କୁ ନକ୍ସଲମାନେ ହତ୍ୟା କରିଦେଇଥିଲେ | ଯାହାକୁ ନେଇ ଗାଁରେ ଥିବା ସ୍କୁଲକୁ ଶିକ୍ଷକମାନେ ଭୟରେ ଆସୁନଥିଲେ | ଯେଉଁଥିପାଇଁ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଅନ୍ଧାରକୁ ଠେଲିହୋଇଯାଇଥିଲା | ତେବେ ନକ୍ସଲ ଦମନ ଅଭିଯାନ ପାଇଁ ଏଠାରେ ସିଆରପିଏଫ ଯବାନ ମୁତୟନ ହେବାପରେ ବଦଳିଥିଲା କୁନି ଗାଁର କରୁଣ ସ୍ଥିତି |

ଯବାନମାନେ କେବଳ କମ୍ବିଙ୍ଗ ଅପରେସନ କରିନଥିଲେ ବରଂ ଏହି ଗାଁର ପିଲାମାନଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଦେଇଥିଲେ | ଯବାନଙ୍କ ପାଠ ପଢାକୁ ବେଶ ଆଗ୍ରହର ସହ ଗ୍ରହଣ କରିଥିଲେ ଛାତ୍ରଛାତ୍ରୀ | ଶିକ୍ଷକଙ୍କ ରୂପରେ ଯବାନଙ୍କୁ ପାଇ ଏବେ ପିଲାମାନେ ମଧ୍ୟ ପାଠ ପଢୁଛନ୍ତି |

ସମ୍ବନ୍ଧିତ ଖବର