ଆମ ସହିଦ୍‌ ଯବାନଙ୍କୁ ଶାନ୍ତି ସେତେବେଳେ ମିଳିବ ଯେତେବେଳେ… ସର୍ଜିକାଲ ଷ୍ଟ୍ରାଇକ ପରେ ଏଭଳି ମନ୍ତବ୍ୟ ରଖିଲେ ସିଆର୍‌ପିଏଫ୍‌ ଯବାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମଙ୍ଗଳବାର ନିଜର ଯେଉଁ ପରାକ୍ରମ ଦେଖାଇଛି, ତାହା ସାରା ଦେଶବାସୀଙ୍କ ମନରେ ଜଳୁଥିବା ପ୍ରତିଶୋଧର ନିଆଁକୁ ଶାନ୍ତ କରିଛି । ୩୦୦ ଆତଙ୍କବାଦୀଙ୍କୁ ନିହତ କରି ୪୦ଜଣ ସହିଦ୍‌ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପରେ ଭାରତୀୟ ବାୟୁସେନାର ପ୍ରଶଂସା କରୁଛନ୍ତି  ଭାରତବାସୀ । ଏବେ ଭାରତର ଏଭଳି ଆକ୍ରମଣକୁ ନେଇ ସିଆର୍‌ପିଏଫ୍‌ ଯବାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତାଙ୍କ କହିବା ଅନୁଯାୟୀ, ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିବାରୁ ଆମେ ଖୁସି । କିନ୍ତୁ ଆମର ସହିଦ୍‌ ହୋଇଥିବା ଯବାନମାନଙ୍କ ଆତ୍ମାକୁ ସେତେବେଳେ ଶାନ୍ତି ମିଳିବ, ଯେତେବେଳେ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡକୁ ନିହତ କରାଯିବ ।

ସୂଚନା ମୁତାବକ, ଏୟାର ଷ୍ଟ୍ରାଇକ୍‌ ପରେ ଛତିଶଗଡ଼ରେ ନିୟୋଜିତ ଥିବା ସିଆର୍‌ପିଏଫ୍‌ର ବାଟାଲିୟନ୍‌ ୨୧୧-ବିଏନ୍‌ର ଯବାନମାନେ ଏହି ଖୁସିକୁ ପାଳନ କରିଥିଲେ । ବାଟାଲିୟନ୍‌ର ଏଏସ୍‌ଆଇ ଜେଡି ରତ୍ନାକରଙ୍କ କହିବା ଅନୁଯାୟୀ, ଆତଙ୍କବାଦୀମାନେ ଯେଉଁଭଳି ଭାବରେ ଆକ୍ରମଣ କରିଥିଲେ । ସେ ନେଇ ସେମାନଙ୍କୁ ଉଚିତ୍‌ ଜବାବ ମିଳିଛି । ସବୁଠାରୁ ବଡ଼ କଥା ହେଲା, ଭାରତ ଇଟାର ଜବାବ ପଥରରେ ଦେଇଛି । ଯଦି ଏଭଳି ଆକ୍ରମଣ ପାକିସ୍ତାନ ଆଗକୁ କରିବ, ତେବେ ଆମେ ମଧ୍ୟ ପାକିସ୍ତାନଙ୍କୁ କଡ଼ା ଜବାବ ଦେବା ସହ ଘରେ ପଶି ମାରିବୁ । କିନ୍ତୁ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ ମଧ୍ୟ ଆମ ସାଥୀ ଯବାନମାନଙ୍କ ଆତ୍ମାକୁ ଶାନ୍ତି ମିଳି ନାହିଁ । ସେମାନଙ୍କ ଆତ୍ମାକୁ ଶାନ୍ତି ସେତେବେଳେ ମିଳିବ ଯେତେବେଳେ ପୁଲଓ୍ଵାମା ଆକ୍ରମଣ ପଛର ମାଷ୍ଟର ମାଇଣ୍ଡକୁ ହତ୍ୟା କରାଯିବ ।

ସମ୍ବନ୍ଧିତ ଖବର