ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ପରିବାର ସଦସ୍ୟଙ୍କୁ ଯୋଗାଇ ଦିଆଯାଉଥିବା ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର ପରେ ଆଜିଠାରୁ ସିଆରପିଏଫ୍ ସେମାନଙ୍କ ସୁରକ୍ଷା ଦାୟିତ୍ବ ନେଇଛି। ସିଆର୍ପିଏଫ୍ର କମାଣ୍ଡୋମାନେ ଇସ୍ରାଏଲି ଏକ୍ସ-୯୫, ଏକେ ସିରିଜ୍, ଏମ୍ପି-୫ ବନ୍ଧୁକ ସହ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ ମୁତୟନ ହୋଇଛନ୍ତି। ସେହିପରି ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ତୁଗଲକ ଲେନ୍ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନରେ ବି ସମାନ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିଆରପିଏଫ୍ର ସ୍ବତନ୍ତ୍ର ଭିଭିଆଇପି ସୁରକ୍ଷା ବିଭାଗ ହାତରେ ଗାନ୍ଧୀ ପରିବାରକୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି। ତେବେ ପ୍ରଥମେ କିଛି ଦିନ ପାଇଁ ଏସ୍ପିଜି ସିଆରପିଏଫ୍କୁ ସୁରକ୍ଷା କାର୍ଯ୍ୟରେ ସହଯୋଗ କରିବ ଏବଂ ଏହାପରେ ସିଆରପିଏଫ୍ ଭିଭିଆଇପି ସୁରକ୍ଷା ଟିମ୍ ଦିଲ୍ଲୀ ପୁଲିସ ସହାୟତାରେ ଗାନ୍ଧୀ ପରିବାରକୁ ସୁରକ୍ଷା ଯୋଗାଇଦେବ। ୨୮ ବର୍ଷ ପରେ ଗାନ୍ଧୀ ପରିବାରରୁ ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଛି।
ଗାନ୍ଧୀ ପରିବାରର ସୁରକ୍ଷା ଦାୟିତ୍ବ ନେଲେ ସିଆର୍ପିଏଫ୍
/sambad/media/post_attachments/wp-content/uploads/2019/11/gandhi-family.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)