ଗୁଳି ବିନିମୟ ପରେ ଆହତ ହୋଇଥିବା ମାଓବାଦୀକୁ ରକ୍ତଦାନ କଲେ ସିଆରପିଏଫ ଯବାନ, କାରଣ ପଚରାଯିବା ପରେ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ନିୟୋଜିତ ଦୁଇଜଣ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର କର୍ମଚାରୀ କରିଥିବା କାମ ମାନବିକତାର ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି | ଶତ୍ରୁ ସହ କିଭଳି ବ୍ୟବହାର କରାଯାଏ ତାହାର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି | ପ୍ରଥମେ ଲୋକଙ୍କ ସୁରକ୍ଷା ପାଇଁ ମାଓବାଦୀଙ୍କ ସହ ଲଢ଼ିବା ଓ ପରେ ଜୀବନ ବଞ୍ଚାଇବା ପାଇଁ ତାକୁ ରକ୍ତଦାନ କରିବା ଘଟଣା ଏବେ ଝାଡ଼ଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି |

ସୂଚନା ମୁତାବକ, ସିଆରପିଏଫ ଯବାନଙ୍କ ସହ ମାଓବାଦୀଙ୍କର ଗୁଳି ବିନିମୟ ଚାଲିଥିବା ବେଳେ ୩ଜଣ ମାଓବାଦୀ ନିହତ ହୋଇଥିଲେ | ଏହା ସହ ଦୁଇ ଜଣ ଆହତ ମାଓବାଦୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସା ପରେ ରକ୍ତର ଆବଶ୍ୟକତା ଥିବା ନେଇ ଡାକ୍ତର କହିବା ପରେ ସିଆରପିଏଫ କନଷ୍ଟେବଳ ଓମ୍ ପ୍ରକାଶ ଯାଦବ ଏବଂ ସନ୍ଦୀପ କୁମାର ରକ୍ତଦାନ ପାଇଁ ରାଜି ହୋଇଥିଲେ |

Jharkhand: 3 CRPF personnel donate blood to save Naxal's life ...
India TV

ଏଭଳି କରିବା ପଛର କାରଣ ପଚରାଯିବା ପରେ ଓମ୍ ପ୍ରକାଶ ଯାଦବ କହିଥିଲେ ଯେ, ମୁଁ ଜାଣେ ସେମାନେ ଆମ ଉପରକୁ ଆକ୍ରମଣ କରିଥିଲେ | ଆମେ ମଧ୍ୟ ସେମାନଙ୍କ ଆକ୍ରମଣର ଉଚିତ ଜବାବ ଦେଇଛୁ | କିନ୍ତୁ ମୋ ପାଇଁ ସବୁଠାରୁ ବଡ ହେଉଛି ମାନବିକତା | ମୁଁ କେବଳ ଜଣେ ମଣିଷ ଭାବରେ ମୋର କର୍ତ୍ତବ୍ୟ କରିଛି।

ସମ୍ବନ୍ଧିତ ଖବର