ଜମ୍ମୁକାଶ୍ମୀର ଯୁବକ ଯୁବତୀଙ୍କ ପ୍ରତିଭାକୁ ସାମ୍ନାକୁ ଆଣିବାକୁ ସିଆରପିଏଫର ପ୍ରୟାସ

ଶ୍ରୀନଗର:ଜମ୍ମୁକାଶ୍ମୀରରେ ପ୍ରାୟ ସମୟ ସୁରକ୍ଷାବଳ ଓ ଏଠାକାର ଯୁବକମାନେ ମୁହାଁମୁହିଁ ହେଉଛନ୍ତି | ପାକିସ୍ତାନ ଓ ଏଠାରେ ରହୁଥିବା କିଛି ବିଛିନ୍ନତାବାଦୀ ନେତାଙ୍କ ପ୍ରରୋଚନାରେ ଯୁବକମାନେ ସୁରକ୍ଷାବଳଙ୍କ ଉପରକୁ ପଥରମାଡ କରୁଛନ୍ତି | ଦେଶରେ ରହି ସୁରକ୍ଷାକର୍ମୀଙ୍କୁ ବିରୋଧ କରୁଥିବା ଘଟଣା ସୁରକ୍ଷାବଳ ଓ ସରକାରଙ୍କ ଚିନ୍ତାକୁ ବଢ଼ାଇଦେଇଛି |

ନିଜର ପ୍ରତିଭାକୁ ବିକଶିତ କରିବା ବଦଳରେ ଜମ୍ମୁର ଏହି ଯୁବପିଢ଼ି ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବାରୁ ଏହାକୁ ବେଶ ଗୁରୁତ୍ୱର ସହ ବିଚାରକୁ ନେଇଛି ସୁରକ୍ଷାବଳ | ଏହାରି ଭିତରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ବା ସିଆରପିଏଫ ପକ୍ଷରୁ ଏକ ଭିନ୍ନ ପ୍ରୟାସ କରାଯାଇଛି | ଜମ୍ମୁକାଶ୍ମୀରର ଯୁବକ ଯୁବତୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ସାମ୍ନାକୁ ଆଣିବାକୁ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଛି |

ରବିବାର ଦିନ ରୟାଲ କାଶ୍ମୀର ସଂଗଠନର ସହଯୋଗରେ ‘କବିଶ’ ନାମକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏଥିରେ ନୃତ୍ୟ,ସଂଗୀତରେ ନିପୁଣ ଥିବା ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା | ବହୁ ସଂଖ୍ୟାରେ ଯୁବପିଢ଼ି ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ |

ସମ୍ବନ୍ଧିତ ଖବର