ଜମ୍ମୁ-କଶ୍ମୀର: ପୁଲୱାମା ଏନ୍‌କାଉଣ୍ଟ୍‌ରରେ ୨ ଆତଙ୍କବାଦୀ ନିହତ

ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ସୁରକ୍ଷା ବଳ ପକ୍ଷରୁ କରାଯାଇଥିବା ଗୁଳି ବର୍ଷଣରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ପକ୍ଷରୁ ହୋଇଥିବା ଗୁଳି ମାଡ଼ରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ଜାଣିବାକୁ ମିଳିଛି।

ଏହି ଏନ୍‌କାଉଣ୍ଟ୍‌ର ପୁଲୱାମାର ବଣ୍ଡଜୁ ଅଞ୍ଚଳରେ ହୋଇଥିଲା। ଗ୍ରାମରେ ଆଙ୍କବାଦୀ ଅଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ମିଳିବା ପରେ ସୁରକ୍ଷା ବଳ ପକ୍ଷରୁ ଅପରେସନ କରାଯାଇଥିଲା ବୋଲି ସୂଚନା ରହିଛି।

ଆତଙ୍କବାଦୀଙ୍କ ଗୁଳିରେ ପ୍ରଥମେ ସିଆର୍‌ପିଏଫ୍‌ ଯବାନ ଜଣକ ଆହତ ହୋଇଥିଲେ। ପରେ ତାଙ୍କର ଜୀବନ ଯାଇଥିବା ଜାଣିବାକୁ ମିଳିଛି।


India Today

ଏହି ଅପରେସନକୁ ନେଇ ଭାରତୀୟ ସେନା ପ୍ରବକ୍ତା କୁହନ୍ତି, ‘ଏନ୍‌କାଉଣ୍ଟର୍‌ ହୋଇଥିବା ସ୍ଥାନରୁ ୨ଟି ଏକେ-୪୭ ରାଇଫଲ୍‌ ମିଳିଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ ଅପରେସନ ଚାଲୁ ରହିଛି।

ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରର‌େ ଆତଙ୍କବାଦୀଙ୍କ ଉପସ୍ଥିିତି କିମ୍ବା ଅପରେସନ କିଛି ନୂଆ କଥା ନୁହେଁ। କିଛି ଦିନ ଅନ୍ତରରେ ଆତଙ୍କବାଦୀମାନେ ସକ୍ରିୟ ହୋଇ ସେମାନଙ୍କ କାମ ଚଳାଇଥାନ୍ତି। ସୋମବାର ଏକ ଆତଙ୍କବାଦୀ ଦଳ ଅନନ୍ତନାଗ ଜିଲ୍ଲାର ଭେରିନାଗ ଅଞ୍ଚଳର ଏକ ଜଙ୍ଗଲରେ ହୋଇଥିବା  ସର୍ଚ ଅରେସନ ବେଳେ ଖସି ପଳାଇଥିଲେ।

ସମ୍ବନ୍ଧିତ ଖବର