ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସିଆରପିଏଫ୍ ଏସ୍ଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ମାରିବା ପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ଆଇବି (ଇଣ୍ଟେଲେିଜେନ୍ସ ବ୍ୟୁରୋ) ସେଫ୍ ହାଉସ୍ରେ ଗତ ରାତି ପ୍ରାୟ ୧୦.୩୦ରେ ଏହି ଘଟଣା ଘଟିଥିଲା। ଅନ୍ୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି ଯେ, ଏସ୍ଆଇ ଏବଂ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ମଧ୍ୟରେ କୌଣସି କାରଣ ପାଇଁ ବଚସା ହୋଇଥିଲା। ଫଳରେ ଏସ୍ଆଇ ତାଙ୍କ ସର୍ଭିସ୍ ରାଇଫଲ୍ରୁ ଗୁଳି ଫୁଟାଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ମାରି ଦେଇଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଦେଇଥିଲେ। ଉକ୍ତ ଘଟଣା ପରେ କିଛି ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ଯାଇ ପହଞ୍ଚିଥିଲେ। ପ୍ରକୃତ କାରଣ ଜାଣିବାପାଇଁ ତଦନ୍ତ ଜାରି ରହିଛି।
ଉପରିସ୍ଥ ଅଧିକାରୀଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ସିଆରପିଏଫ୍ ଏସ୍ଆଇ
/sambad/media/post_attachments/wp-content/uploads/2020/01/murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)