ପୁଲୱାମା: ରବିବାର ଦିନ ଜମ୍ମୁ-କଶ୍ମୀରସ୍ଥିତ ପୁଲୱାମାର ଗଙ୍ଗୋ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି | ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ଉପରେ ଆକ୍ରମଣ କରିଥିବା ବେଳେ ଜଣେ ସିଆରପିଏଫ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଯବାନଜଣଙ୍କ ଜିଡି ପ୍ରଦୀପ ଦାସ ବୋଲି ଜଣାପଡିଛି।
ସୂଚନା ମୁତାବକ, ଶ୍ରୀନଗର-ପୁଲୱାମା ରାସ୍ତାରେ ଏହା ବିସ୍ଫୋରଣ ଘଟିଥିଲା | ଏହି ଅଞ୍ଚଳରେ ସିଆରପିଏଫର ରାସ୍ତା ଖୋଲିବା ଦଳ ନିୟୋଜିତ ହୋଇଥିବା ଦେଖି ଆତଙ୍କବାଦୀମାନେ ବିସ୍ଫୋରଣ ଯୋଜନା କରିଥିବା ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଏହି ଅଞ୍ଚଳକୁ ଜଣା ସାଧାରଣଙ୍କ ଚଳପ୍ରଚଳ ବନ୍ଦ କରାଯିବ ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ତେବେ ଏହା ପ୍ରଥମ ନୁହେଁ ଗତ ଚାରି ଦିନ ମଧ୍ୟରେ ସିଆରପିଏଫ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ | ବୁଧବାର ସୋପୋରରେ ଜଣେ ସିଆରପିଏଫ ଯବାନ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା |
/sambad/media/post_attachments/81ab4e8fc4311c29de7d2bab715f9065bfeb4c827d9fd390574831ee7dde8a3a.jpg)
ଉଲ୍ଲେଖଯୋଗ୍ୟ, ଗତ ବୁଧବାର ସକାଳେ ‘ସିଆର୍ପିଏଫ୍’ର ରାସ୍ତା ଖୋଲିବା ଦଳ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସହ ସାପୋରର ଆଦର୍ଶ ସହରରେ ଥିବା ରାଜପଥର ସାପୋର ବାଇ-ପାସ୍ରେ ଗୋଟାଏ ଚେକ୍ପୋଷ୍ଟ୍ ରଖୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇ ଆକ୍ରମଣ କରିଥିଲେ।ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବା ପରେ କାଶ୍ମୀରର ସୋପୋରରେ ୬୦ ବର୍ଷ ବୟସ୍କ ବୃଦ୍ଧ କ୍ରସ ଫାୟାରିଙ୍ଗରେ ପ୍ରାଣ ହରାଇଥିଲେ। ତାଙ୍କୁ ତାଙ୍କର ତିନି ବର୍ଷର ନାତି ସାମ୍ନାରେ ହତ୍ୟା କରାଯାଇଥିଲା। ପରେ, ଶିଶୁ ଜଣଙ୍କ ଜେଜେର ମୃତଦେହ ଉପରେ ବସି କାନ୍ଦୁଥିବା ଫଟୋ ଇଣ୍ଟରନେଟରେ ଛାଇ ଯାଇଥିଲା।