‘ସିଆର୍‌ପିଏଫ୍‌ ବୀର ପରିବାର ମୋବାଇଲ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ‘ସିଆର୍‌ପିଏଫ୍‌ ବୀର ପରିବାର ମୋବାଇଲ୍‌’ ଆପ୍‌ର ଶୁଭାରମ୍ଭ କରିଛନ୍ତି। ସହିଦ ଯବାନଙ୍କ ପରିବାରକୁ ସହାୟତା ପାଇଁ ଏହି ମୋବାଇଲ ଆପ୍‌ ଆରମ୍ଭ କରାଯାଇଛି। ଏହି ମୋବାଇଲ୍‌ ଆପ୍‌ ଦ୍ୱାରା ସହିଦଙ୍କ ପରିବାରକୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତାର ବିବରଣୀ ପ୍ରକାଶ କରାଯିବ ସହ ଅନ୍ୟ ପ୍ରକାରର ସାହାଯ୍ୟ ମଧ୍ୟ କରାଯାଇପାରିବ। ସିଆର୍‌ପିଏଫ୍‌ର ସହିଦ ଯବାନଙ୍କ ବ୍ୟତୀତ ପୁଲୱାମା ଆକ୍ରମଣ ବେଳେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ମେଡାଲ ଦେଇ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର