ନୂଆଦିଲ୍ଲୀ: ସିଆରପିଏଫ୍ର ଜଣେ କୋବ୍ରା କମାଣ୍ଡୋ ମାସ୍କ ପିନ୍ଧିନଥିବାରୁ ବନ୍ଧା ହୋଇଛନ୍ତି। କର୍ଣ୍ଣାଟକର ବେଲଗଭି ପୁଲିସ ଷ୍ଟେସନ୍ରେ ତାଙ୍କୁ ବାନ୍ଧି ରଖାଯାଇଛି। ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ସିଆରପିଏଫ୍ ପକ୍ଷରୁ ଉକ୍ତ ମାମଲାରେ କର୍ଣ୍ଣାଟକ ରାଜ୍ୟ ପୁଲିସ ମୁଖ୍ୟଙ୍କ ପାଖକୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି। ଡିଆଇଜି ଏମ୍ ଦୀନାକରନ କହିଛନ୍ତି ଯେ, ରାଜ୍ୟ ପୁଲିସ ମୁଖ୍ୟଙ୍କ ପାଖରେ ଏହି ମାମଲା ପହଞ୍ଚିଛି। ଆସନ୍ତାକାଲି ସିଆରପିଏଫ୍ କମାଣ୍ଡୋଙ୍କ ଜାମିନ୍ ମାମଲାରେ କୋର୍ଟରେ ଶୁଣାଣି ଅଛି। ବନ୍ଧା ହୋଇଥିବା ଏହି କମାଣ୍ଡୋଙ୍କ ନାମ ସଚିନ ସୁନିଲ ସାୱନ୍ତ। ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ସେ ଛୁଟିରେ ଥିଲେ। କିନ୍ତୁ ଲକ୍ଡାଉନ୍ ଯୋଗୁଁ ତାଙ୍କର ଏହି ଛୁଟି ପୁଣି ବଢ଼ିଥିଲା। ତେବେ ପୁଲିସ କହିଛି ଯେ, ଏପ୍ରିଲ ୨୩ ତାରିଖରେ ସାୱନ୍ତ ମାସ୍କ ନପିନ୍ଧି ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଏନେଇ ଜେରା କରିବାରୁ ସେ ପୁଲିସକୁ ଅଶାଳୀନ ଭାଷା ବ୍ୟବହାର କରିଥିଲେ। ଫଳରେ କମାଣ୍ଡୋଙ୍କୁ ଗିରଫ କରି ନ୍ୟାୟିକ ହାଜତକୁ ପଠାଯାଇଥିଲା। ଏବେ ତାଙ୍କୁ ବେଲଗଭି ପୁଲିସ ଷ୍ଟେସନ୍ରେ ରଖାଯାଇଛି। ତେବେ ସାୱନ୍ତଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଲାଠି ପ୍ରହାର କରାଯାଇଛି।
ମାସ୍କ ନପିନ୍ଧି ବନ୍ଧାହେଲେ ସିଆରପିଏଫ୍ କୋବ୍ରା କମାଣ୍ଡୋ
/sambad/media/post_attachments/wp-content/uploads/2020/04/commando.1.581758.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)