‘ସିଆର୍‌ପିଏଫ୍‌’ର ଶକ୍ତିଶାଳୀ ଆତଙ୍କବାଦୀ ନିରୋଧୀ ୟୁନିଟ୍‌ ‘ଭେଲି କ୍ୱାଟ୍‌’ରେ ସାମିଲ ହେବେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଆତଙ୍କବାଦ-ନିରୋଧୀ ଅଭିଯାନ ନିମନ୍ତେ ଜମ୍ମୁ ଓ କଶ୍ମୀରରେ କାର୍ଯ୍ୟରତ ‘ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସ’ର (ସିଆର୍‌ପିଏଫ୍‌) ସବୁଠୁ ଶକ୍ତିଶାଳୀ ଆତଙ୍କବାଦୀ-ନିରୋଧୀ ୟୁନିଟ୍‌ ‘ଭେଲି କୁଇକ୍‌ ଆକ୍ସନ୍‌ ଟିମ୍‌’ରେ (ଭେଲି କ୍ୱାଟ୍‌) ମହିଳା କମାଣ୍ଡୋମାନେ ଯୋଗ ଦେବେ।

ତାଲିମ ନେଉଥିବା ‘ସିଆର୍‌ପିଏଫ୍‌’ର ବୀରାଙ୍ଗନା ମହିଳାମାନେ ଯଦି ସଫଳତା ହାସଲ କରନ୍ତି, ସେମାନଙ୍କୁ ଏହି ସ୍ୱତନ୍ତ୍ର ୟୁନିଟ୍‌ରେ (ଭେଲି କ୍ୱାଟ୍‌) ସାମିଲ କରାଯିବ। ସୁପ୍ରଶିକ୍ଷିତ ଏହି କମାଣ୍ଡୋମାନେ ଭାରତୀୟ ସେନାବାହିନୀ ଏବଂ ଜମ୍ମୁ ଓ କଶ୍ମୀର ପୁଲିସ ସହ ମିଶି କାର୍ଯ୍ୟ କରୁଛନ୍ତି।

Image Courtesy of Rediffmail

ଭାରତର ସର୍ବୋତ୍ତମ ଆତଙ୍କବାଦ-ନିରୋଧୀ କମାଣ୍ଡୋମାନଙ୍କ ମଧ୍ୟରେ ସେମାନେ ପରିଗଣିତ। କୀର୍ତ୍ତିଚକ୍ର ସମ୍ମାନପ୍ରାପ୍ତ ରାହୁଲ୍‌ ମାଥୁର, ସାହସିକତା ପାଇଁ ୭ଥର ପୁଲିସ ପଦକପ୍ରାପ୍ତ ନରେଶ କୁମାର, ୪ଥର ସାହସିକତା ପଦକପ୍ରାପ୍ତ ଲୌକରାକପାମ୍‌ ଇବୋମ୍‌ଚା ସିଂହ ଏବଂ ଅନ୍ୟ ଦୁଃସାହସୀଙ୍କ ଭଳି ଅଧିକାରୀମାନେ ‘ଭେଲି କ୍ୱାଟ୍‌’ରେ କାର୍ଯ୍ୟ କରୁଛନ୍ତି। ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ‘ଭେଲି କ୍ୱଟ୍‌’କୁ ୧୫ଟି ସୌର୍ଯ୍ୟ ପଦକ ମିଳିଥିଲା।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ‘ଭେଲି କ୍ୱାଟ୍‌’ରେ ମହିଳା କମାଣ୍ଡୋମାନଙ୍କୁ ସାମିଲ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥିରେ ଯୋଗ ଦେବାକୁ ଚାହୁଁଥିବା ମହିଳା କର୍ମଚାରୀମାନଙ୍କର ସଂକ୍ଷିପ୍ତ ତାଲିକା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର