ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ସିଆରପିଏଫ୍ : ଆମେ କେବେ ଭୁଲିବୁ ନାହିଁ, କେବେ ବି କ୍ଷମା କରିବୁ ନାହିଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଦେଶବାସୀଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆକ୍ରମଣର ପ୍ରତିଶୋଧ ଦରକାର । ଘଟଣାରେ ସାଧାରଣ ଲୋକେ ଯେତିକି କ୍ରୋଧାନ୍ୱିତ, ସୁରକ୍ଷାକର୍ମୀମାନେ ମଧ୍ୟ ଆକ୍ରମଣର ପ୍ରତିଶୋଧ ନେବାପାଇଁ ସେପରି ତତ୍ପର । ସିଆରପିଏଫ୍ ଟ୍ୱିଟ୍ ଜରିଆରେ କହିଛି, ଏପରି ଜଘନ୍ୟ ଅପରାଧର ପ୍ରତିଶୋଧ ନିଶ୍ଚିତ ଭାବେ ନିଆଯିବ । ଏହି ଘଟଣାକୁ କେବେ ବି ଭୁଲିବୁ ନାହିଁ , ନା କ୍ଷମା କରପାରିବୁ । ପୁଲୱାମା ଆକ୍ରମଣରେ ସହିଦଙ୍କୁ ଓ ସହିଦ ପରିବାରଙ୍କୁ ସଲାମ୍ କରବା ସହ ସବୁବେଳେ ପାଖରେ ଛିଡ଼ାହେବୁ ବୋଲି କହିଛି ସିଆରପିଏଫ୍।

ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଆତଙ୍କାବଦୀମାନେ ବଡ ଭୁଲ କରିଛନ୍ତି । ଦେଶ ସମ୍ପୂର୍ଣ୍ଣ ଭାବେ ଏହି ପ୍ରସଙ୍ଗରେ ଏକଜୁଟ୍ ରହିଛି ଓ ଏହାର ଦୃଢ଼ ଜବାବ ଦିଆଯିବ । ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି .ସେ । କହିଛନ୍ତି ଆତଙ୍କବାଦୀଙ୍କୁ ନିଜ ମାଟିରେ ପ୍ରଶୟ ଦେଉଥିବା ପାକିସ୍ତାନ ଏହାର ପରିଣାମ ଭୋଗିବ । ଭାରତରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ କେବେ ତାର ଲକ୍ଷ୍ୟରେ ହେବନି ସଫଳ । ବିକାଶ ପଥରେ ବଢ଼ିଚାଲିଛି ଭାରତ ଓ ଆଗକୁ ମଧ୍ୟ ବଢ଼ିଚାଲିବ ।

ସମ୍ବନ୍ଧିତ ଖବର