ଆସନ୍ତାକାଲି  ଅଯୋଧ୍ୟା ମାମଲା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲା ସଂପର୍କିତ ଏକ ମାମଲାକୁ ସାମ୍ବିଧାନିକ ବେଞ୍ଚକୁ ପଠାଯିବ କି ନା ସେ ସଂପର୍କରେ ଆସନ୍ତା କାଲି ତାରିଖରେ ସୁପ୍ରିମକୋର୍ଟ ରାୟ ଶୁଣାଇବେ । ପୂର୍ବରୁ ଏହି ରାୟ ଶୁକ୍ରବାରଦିନ ଆସିବାର ଥିଲା । କିନ୍ତୁ ଏହି ମାମଲାକୁ ଆସନ୍ତାକାଲି ପାଇଁ ତାଲିକାଭୁକ୍ତ କରାଯାଇଥିବା ଖବର ମିଳିଛି । ସର୍ବୋଚ୍ଚ ନ୍ୟାୟାଳୟ ନିଜର ରାୟ ଶୁଣାଇବେ କି ଏକ ମସଜିଦର ନମାଜ ପଢିବା ଇସ୍ଲାମର ଏକ ଅଭିନ୍ନ ଅଂଗ କି ନୁହେଁ । ପୂର୍ବରୁ କେତେକ ମୁସଲିମ ଗୋଷ୍ଠୀ ୧୯୯୪ର ମହମ୍ମଦ ଇସମାଇଲ ଫାରୁକି ସଂପର୍କିତ ରାୟର ପୁନର୍ବିଚାର ପାଇଁ ଏକ ୫ ଜଣିଆ ବୃହତ ସାମ୍ବିଧାନିକ ବେଞ୍ଚକୁ ପ୍ରେରଣ ପାଇଁ ଆବେଦନ କରିଥିଲେ ।  ତେବେ ହିନ୍ଦୁ ପକ୍ଷ ଏହାକୁ ବିରୋଧ କରୁଛନ୍ତି । ଗତ ଜୁଲାଇ ୨୦ରେ ସୁପ୍ରିମକୋର୍ଟ ଏ ସଂପର୍କିତ ରାୟକୁ ସଂରକ୍ଷିତ ରଖିଥିଲେ । ଆସନ୍ତା କାଲି ଅର୍ଥାତ ୨୭ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଶୁଣାଇବେ ।  ଏହା ଛଡା ଅଯୋଧ୍ୟାରେ ଥିବା ଏହି ବିବାଦୀୟ ଜମିର ମାଲିକ କିଏ ସେ ନେଇ ମଧ୍ୟ ସୁପ୍ରିମକୋର୍ଟ ରାୟ ଶୁଣାଇବାର ସମ୍ଭାବନା ରହିଛି । ପୂର୍ବରୁ ଏକ ରାୟ ପ୍ରଦାନ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ  ରାମଜନ୍ମଭୂମି ବିବାଦ କେବଳ ଏକ ଜମି ବିବାଦ ।

 

ସମ୍ବନ୍ଧିତ ଖବର