ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବନ୍ଦାୟୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମା’ର ମୃତଦେହକୁ ଧରି କାନ୍ଦୁଥିବା ବେଳେ ପୁଅର ବି ପ୍ରାଣବାୟୁ ଉଡ଼ି ଯାଇଥିଲା। ଘର ସାମ୍ନାରୁ ମା’ ଓ ପୁଅ ଦୁହିଁଙ୍କ ଏକାଠି କୋକେଇ ଉଠିବାର ଦୃଶ୍ୟ ଦେଖି ଯେମିତି ସମ୍ପୂର୍ଣ୍ଣ ଗ୍ରାମର ଲୋକଙ୍କ ସହିତ ପାଣିପବନ, ଗଛଲତ‌ା ସବୁ ସ୍ତବ ହୋଇଯାଇଥିଲା।

Advertisment

ଏଭଳି ଦୁଃଖଦ ଘଟଣା ବନ୍ଦାୟୁର ଉଝାନି କସୱେରେ ଘଟିଛି। ୬୫ବର୍ଷୀୟ କମଳେଶ ଦୀର୍ଘଦିନ ହେବ ରୋଗଗ୍ରସ୍ତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ମା’ର ମୃତ୍ୟୁ ଖବର ପାଇବା ପରେ ପୁଅ ସହି ପାରି ନଥିଲା। ଘର ଅଗଣାରେ ମା’ର ମୃତଦେହ ପଡ଼ିଥିବା ବେଳେ ପୁଅ ଦୀପକ ମା’କୁ ଆଲିଙ୍ଗନ କରି ‌ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲା। କାନ୍ଦିକାନ୍ଦି କିଛିସମୟ ପରେ ଚୁପ ହୋଇଯାଇଥିଲା।

ପାଖରେ ଥିବା ଅନ୍ୟଲୋକମାନେ ଭାବିଥିଲେ କାନ୍ଦିକାନ୍ଦି ବୋଧେ ହୁଏ ଦୀପକର ଚେତା ବୁଡ଼ିଯାଇଛି ତେଣୁ ସେମାନେ ପାଣି ଛିଞ୍ଚନ କରିଥିଲେ। କିନ୍ତୁ ପରେ ଜଣାପଡ଼ିଲା କି ଦୀପକର ପ୍ରାଣବାୟୁ ଉଡ଼ିଯାଇଛି।

ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଖବର ପାଇବା ପରେ ବି ବାପା ପୁର‌ଷୋତ୍ତମଙ୍କୁ କୌଣସି ଫରକ ପଡ଼ି ନଥିଲା। ଘର ସାମ୍ନାରେ କମଳେଶ ଓ ଦୀପକଙ୍କ ମୃତଦେହ ପଡ଼ିଥିବା ବେଳେ ପୁର‌ଷୋତ୍ତମ ଘରୁ ବାହାରି ଯାଇଥିଲେ।

ପୁଲିସ ତାଙ୍କୁ ସ୍ତ୍ରୀ ଓ ପୁଅଙ୍କ ଅନ୍ତିମ ସଂସ୍କାର ପାଇଁ ବୁଝାଇଥିଲେ ହେଁ ସେ ରାଜି ହୋଇ ନଥିଲେ। ଶେଷରେ ପୁଲିସ ବାଧ୍ୟ ହୋଇ ଦିଲ୍ଲୀରେ ରହୁଥିବା ପୁର‌ଷୋତ୍ତମଙ୍କ ସାନ ଭାଇ ରାକେଶଙ୍କୁ ଏହି ଘଟଣା ବିଷୟରେ ଖବର ଦେଇଥିଲା। ପୁଲିସ ଠାରୁ ଖବର ପାଇବା ପରେ ରାକେଶ ଆସି ପହଞ୍ଚିବା ପରେ କମଳେଶ ଓ ଦୀପକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।