ନେତା ହେବେ କି ସୌରଭ ଗାଙ୍ଗୁଲି? ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା

ଭୁବନେଶ୍ବର : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇସ୍ତଫା ଦେଇଥିବା ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଦାଦାଙ୍କ ଏକ ରହସ୍ୟମୟ ଟୁଇଟ୍ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ନିଜର ଏହି ଟୁଇଟରେ ସେ ଲେଖିଛି, “୨୦୨୨ରେ ମୋ କ୍ରିକେଟ ଜୀବନର ୩୦ ବର୍ଷ ପୂରଣ ହୋଇଛି । ୧୯୯୨ରେ କ୍ୟାରିୟର ଆରମ୍ଭ କରିବା ପରଠାରୁ କ୍ରିକେଟ ମୋତେ ଅନେକ କିଛି ଦେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ମୋତେ ଆପଣମାନଙ୍କ ସମର୍ଥନ ପ୍ରଦାନ କରିଛି । ମୋର ଏହି ଯାତ୍ରାରେ ମୋ ସହିତ ଥିବା, ମୋତେ ସମର୍ଥନ କରିଥିବା ଓ ସାହାଯ୍ୟ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

 

ଆଜି  ମୁଁ ଏପରି କିଛି ଆରମ୍ଭ କରିବାକୁ ଯାଉଛି, ଯାହାକି ଅନେକ ଲୋକଙ୍କୁ ସହାୟତା କରିବ । ମୋ ଜୀବନର ଏହି ନୂଆ ଅଧ୍ୟାୟରେ ଆପଣମାନେ ପୂର୍ବପରି ସମର୍ଥନ କରିବା ଜାରି ରଖିବେ ବୋଲି ମୋର ଆଶା ।“

ଗାଙ୍ଗୁଲିଙ୍କ ଏହି ଟୁଇଟ ପରେ ସେ ରାଜନୀତିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଛି । କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହା କୋଲକତା ଗସ୍ତ କାଳରେ ଗାଙ୍ଗୁଲିଙ୍କ ଘରେ ଭୋଜନ କରିବାକୁ ନେଇ ଏନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ତେବେ ସେତେବେଳେ ଏ ସଂପର୍କରେ ସୌରଭ ସ୍ପଷ୍ଟ ଭାବରେ କିଛି କହିନଥିଲେ ।

 

 

ସମ୍ବନ୍ଧିତ ଖବର