କ୍ରିପ୍ଟୋ ସ୍କାମ୍‌: ୪ ରାଜ୍ୟରେ ଇଡି ଚଢ଼ଉ

କୋଚି : ୧୨୦୦ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ସ୍କାମ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶର ୪ଟି ରାଜ୍ୟ କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଦିଲ୍ଲୀରେ ଚଢ଼ଉ କରିଛି। ଲୋକଙ୍କୁ ଅଧିକ ରିଟର୍ଣ୍ଣ ଦେଉଥିବା କ୍ରିପ୍ଟୋକରେନ୍ସି ଦେବା ପ୍ରତିଶ୍ରୁତି ଦେଇ ଠକାଯାଇଛି। କେରଳ ମାଲାପୁରମ୍‌ସ୍ଥିତ ବାସିନ୍ଦା ନିସାଦ ଏହି ଠକେଇର ମାଷ୍ଟରମାଇଣ୍ଡ୍‌ ରହିଛନ୍ତି। କ୍ରାଇମ ବ୍ରାଞ୍ଚ୍‌ର ଏଫଆଇଆର ଆଧାରରେ ଇଡି ଏହାର କାଲିକଟ୍‌ କାର୍ଯ୍ୟାଳୟରେ ମାମଲା ପଞ୍ଜୀକୃତ କରିଛି। ୩ଟି ବ୍ୟବସାୟ ସଂସ୍ଥା ଏହି ସ୍କାମରେ ସାମିଲ ଅଛନ୍ତି। ମୋରିସ୍‌ କଏନ୍‌ ନାମରେ ଏକ କ୍ରିପ୍ଟୋକରେନ୍ସି ଦେବାକୁ ନିବେଶକମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ବେଆଇନ ଭାବେ ସଂଗୃହୀତ ଉକ୍ତ ଅର୍ଥକୁ ସ୍ଥାବର ସଂପତ୍ତିରେ ପରିଣତ କରି ଦିଆଯାଇଛି।

ସମ୍ବନ୍ଧିତ ଖବର