ସିଟିଇଟି -୨୦୧୯ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିଟିଇଟି ୨୦୧୯ ପରୀକ୍ଷାରେ ଆର୍ଥିକ ଆଧାର ଉପରେ ଥିବା ୧୦ ପ୍ରତିଶତ ସଂରକ୍ଷଣକୁ ନେଇ ଦାୟର ହୋଇଥିବା ଯାଚିକାର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଇଛନ୍ତି। କୋର୍ଟ ଏହି ଅଧିସୂଚନା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଏହା ଏକ ନୀତିଗତ ନିର୍ଣ୍ଣୟ । ଏହା ପୂର୍ବରୁ ସୁପ୍ରିମକୋର୍ଟ ସୋମବାର ଦିନ ସ୍ପଷ୍ଟ କରିଥିଲେ ଯେ ପ୍ରବେଶିକା ପରୀକ୍ଷାମାନଙ୍କରେ କୌଣସି ପ୍ରକାରର ସଂରକ୍ଷଣ ହୋଇପାରିବ ନାହିଁ ।

ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ଉପରେ ଦାୟର ହୋଇଥିବା ଯାଚିକା ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ଦେଇଥିଲେ । ଖଣ୍ଡପୀଠ କହିଥିଲେ ଯେ କୌଣସି ବର୍ଗ ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ସଂରକ୍ଷଣ ଦିଆଯାଇପାରିବ, କିନ୍ତୁ ଉତ୍ତୀର୍ଣ୍ଣ କରିବା ପାଇଁ କୌଣସି ପାଇଁ ସଂରକ୍ଷଣ ଦିଆଯିବ ନାହିଁ । ଯାଚିକାକର୍ତ୍ତାଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକା ମୁତାବକ ଜୁଲାଇ ୭ ତାରିଖରେ ଏହି ପରୀକ୍ଷା ହେବ । ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ପିଟିସନ ଦାୟର କରାଯାଇଥିଲା।  ୨୩ ଜାନୁୟାରୀ ୨୦୧୯ରେ ଏହି ପରୀକ୍ଷା ବାବଦରେ ସିବିଏସଇ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା।  ଏଥିରେ କୌଣସି ସଂରକ୍ଷଣ ବାବଦରେ ଉଲ୍ଲେଖ ହୋଇନଥିଲା।

ସମ୍ବନ୍ଧିତ ଖବର