ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଦେଶବାସୀଙ୍କୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଏହି ପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜର ଗଭୀର ଏକତାକୁ ପ୍ରତିଫଳିତ କରୁଛି। ଛଟ୍ ସମାଜର ପ୍ରତ୍ୟେକ ବର୍ଗକୁ ଏକଜୁଟ କରୁଥିବାରୁ ଏହା ଭାରତର ସାମାଜିକ ଏକତାର ଏକ ସୁନ୍ଦର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅପରେସନ୍ ସିନ୍ଦୁରର ସଫଳତା ପାଇଁ ସେନାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଏହି ସଫଳତା ଦେଶବାସୀଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଛି। ନକ୍ସଲ ବିରୋଧୀ ଅଭିଯାନରେ ମଧ୍ୟ ସରକାରଙ୍କ ସଫଳତାକୁ ସେ ପ୍ରଶଂସା କରିବା ସହ ‘ଏକଦା ମାଓବାଦୀ ଆତଙ୍କର ଅନ୍ଧକାର ଥିବା ଅଞ୍ଚଳରେ ମଧ୍ୟ ଆନନ୍ଦର ଦୀପ ପ୍ରଜ୍ୱଳିତ ହୋଇଛି’ ବୋଲି ସେ କହିଛନ୍ତି। ଆଜିର ‘ମନ୍ କୀ ବାତ୍’ରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ଏକ ପେଡ ମା କେ ନାମ’ ପଦକ୍ଷେପ ବିଷୟରେ କହିଥିଲେ ଏବଂ ଲୋକେ ଯେଉଁଠାରେ ରହିଲେ ବି ସେଠାରେ ବୃକ୍ଷରୋପଣ କରିବାକୁ ଅନୁରୋଧ କରିଥିଲେ। ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ସର୍ଦ୍ଦାର ପଟେଲ ଦେଶର ଅନ୍ୟତମ ମହାନ ବ୍ୟକ୍ତିତ୍ୱ ଥିଲେ। ସେ ଉତ୍ତମ ଶାସନକୁ ପ୍ରାଥମିକତା ଦେଇଥିଲେ ଏବଂ ଭାରତକୁ ଏକଜୁଟ କରିବା ପାଇଁ ଅତୁଳନୀୟ ଉଦ୍ୟମ କରିଥିଲେ। ଅକ୍ଟୋବର ୩୧ରେ ସାରା ଦେଶରେ ଆୟୋଜିତ ହେବାକୁ ଥିବା ‘ଏକତା ପାଇଁ ଦୌଡ଼’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅନୁରୋଧ କରିଥିଲେ। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’କୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ହୃଦୟରେ ଭାବପ୍ରବଣତା ସୃଷ୍ଟି କରିଛନ୍ତି। ନଭେମ୍ବର ୭ ତାରିଖରେ ଭାରତ ‘ବନ୍ଦେ ମାତରମ୍’ ଉତ୍ସବର ୧୫୦ତମ ବାର୍ଷିକୀରେ ପ୍ରବେଶ କରିବ ବୋଲି ସେ କହିଛନ୍ତି। ଏହି ଗୀତ ରଚନା କରିଥିବାରୁ ସେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କୁ ପ୍ରଶଂସା କରିଛନ୍ତି।
ମହାନ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନଭେମ୍ବର ୧୫ରେ ଭାରତ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବ। ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କୁ ସମ୍ମାନର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ସ୍ୱାଧୀନତା ଏବଂ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ସେ କରିଥିବା କାର୍ଯ୍ୟ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/27/untitled-1-2025-10-27-05-54-27.jpg)