ନୂଆଦିଲ୍ଲୀ: ଲକ୍ଡାଉନ୍-୧ ଏବଂ ୨ ଦେଶରେ ୧.୪ ରୁ ୨.୯ ନିୟୁତ କରୋନାଭାଇରସ୍ ସଂକ୍ରମଣ ଏବଂ ୫୪୦୦୦ ମୃତ୍ୟୁ ରୋକି ପାରିଛି ବୋଲି ଶୁକ୍ରବାର ଦିନ ନୀତି ଆୟୋଗ ସଦସ୍ୟ ବିନୋଦ ପଲଙ୍କ ଦ୍ବାରା ରିଲିଜ୍ ହୋଇଥିବା ସରକାରୀ ଡାଟାରୁ ଜଣାପଡ଼ିଛି।
ଦେଶରେ ମାର୍ଚ ୨୩ରୁ ଆରମ୍ଭ ହୋଇ ତିନି ଥର ପରିବର୍ଦ୍ଧିତ ହୋଇଥିବା ଲକ୍ଡାଉନ୍ର ସୁଫଳ ସଂକ୍ରାନ୍ତରେ ପଲ୍ ଆଲୋକପାତ କରିଥିଲେ। ସେ କହିଲେ ଯେ ଏହି ଡାଟା ଅନୁସାରେ, ଲକ୍ଡାଉନ୍ ଜାରି ନ ହୋଇଥିଲେ ପରିସ୍ଥିତି ଆହୁରି ବିଗିଡ଼ି ଯାଇଥାଆନ୍ତା।
Image Source: Hindustan Timesଏହି ଡାଟା ବିଶ୍ଳେଷଣରେ ଭିନ୍ନ ଭିନ୍ନ ପାଞ୍ଚଟି ଏଜେନ୍ସି ସମ୍ପୃକ୍ତ ଥିଲେ। ବିଶ୍ଳେଷଣରୁ ଜଣାପଡ଼ିଲା ଯେ ଲକ୍ଡାଉନ୍ କଟକଣା ଯୋଗୁଁ ୧.୪ ରୁ ୨.୯ ନିୟୁତ ସଂକ୍ରମଣ ମାମଲା ରୋକାଯାଇ ପାରିଛି। ଏହାଛଡ଼ା ୩୭୦୦୦ ରୁ ୭୮୦୦୦ ମୃତ୍ୟୁ ମଧ୍ୟ ରୋକାଯାଇ ପାରିଛି।
Image Source: Hindustan Timesଏହି ଡାଟା ବା ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଅଧିକାଂଶ କୋଭିଡ୍-୧୯ ସଂକ୍ରମଣ ସୀମିତ ଅଞ୍ଚଳ ମଧ୍ୟରେ ଅଟକି ରହିଥିଲା। ମେ ୨୧ ତାରିଖ ସୁଦ୍ଧା ପ୍ରାୟ ୮୦% କୋଭିଡ୍-୧୯ ସଂକ୍ରମଣ ୫ଟି ରାଜ୍ୟ ମଧ୍ୟରେ ସୀମିତ ଥିଲା ଏବଂ ୯୦% ସଂକ୍ରମଣ ଅତି ବେଶୀରେ ୧୦ଟି ରାଜ୍ୟକୁ ବ୍ୟାପୀଥିଲା। ସେ ରାଜ୍ୟଗୁଡ଼ିକ ହେଉଛି, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ କର୍ଣ୍ଣାଟକ।
ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମଦାବାଦ, ଥାନେ, ପେୁଣ, ଇନ୍ଦୋର, କୋଲକାତା, ହାଇଦ୍ରାବାଦ ଏବଂ ଔରଙ୍ଗାବାଦ ଭଳି ୧୦ଟି ସହରରେ ୭୦% ସଂକ୍ରମଣ ସୀମିତ ରହିଛି।
ପଲ୍ ଆହୁରି କହିଛନ୍ତି ଯେ ପରିସ୍ଥିତିର ସମ୍ଭାଳିବାକୁ ଭାରତ ଉତ୍ତମରୂପେ ପ୍ରସ୍ତୁତ ଥିଲେ ବି ଏବେ ଆହୁରି ଅଧିକ ସତର୍କ ରହିବାର ସମୟ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/Lockdown-Saves-78K-Lives-in-India_Thumbnail.jpg)