ଉଦୟପୁରରେ ୧୦ ଘଣ୍ଟା‌ ପାଇଁ କର୍ଫ୍ୟୁ କୋହଳ

ଜୟପୁର: ଉଦୟପୁରରେ କହ୍ନେୟା ଲାଲ୍‌ ହତ୍ୟା ଘଟଣା ପରେ ଯେଉଁ ହିଂସା ସ୍ଥିତି ଲାଗି ରହିଥିଲା ତାହା ଏବେ ଧୀରେଧୀରେ ସୁଧୁରୁଛି। ଉଦୟପୁରରେ ସ୍ଥିତି ସ୍ବାଭାବିକ‌ ହେବା ସହ ୧୦ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ ହୋଇଛି। କିନ୍ତୁ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ମଙ୍ଗଳବାର ଦିନ କହ୍ନେୟା ଲାଲ୍‌ଙ୍କ ହତ୍ୟା ପରେ ଉଦୟପୁରର ୭ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ସହରରେ ଏବେ ସ୍ଥିତି ସ୍ବାଭାବିକ ରହିଥିବାରୁ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି। ବଜାର ଖୋଲିଛି ଏବଂ ରୁଟିନ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି। ତେବେ ଅଜମେରରେ ଆଜି ଦୋକାନ ବଜାର ବନ୍ଦ ରହିଛି। ଉଦୟପୁର ହତ୍ୟା‌ ଘଟଣା ବିରୋଧରେ ହିନ୍ଦୁ ଗୋଷ୍ଠୀ ବନ୍ଦ ଡାକରା ଦେବାପରେ ସ୍ଥିତି ବହୁତ ଜଟିଳ ରହିଛି। ହତ୍ୟାକାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରି ଜୟପୁରରେ ହିନ୍ଦୁ ଅନୁଷ୍ଠାନ ଦ୍ବାରା ପ୍ରତିବାଦ କରାଯାଇଛି।

ସମ୍ବନ୍ଧିତ ଖବର