ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ ସହରରେ କର୍ଫ୍ୟୁ ଲାଗୁ

ପୁଲଓ୍ଵାମା: ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ଆଇନ୍‌ ଶୃଙ୍ଖଳା ପରିସ୍ଥିତି  ଏବଂ ବ୍ୟବସ୍ଥାର ସ୍ଥିତି ଅତୁଟ ରଖିବାରେ ପ୍ରଶାସନର ସାହାଯ୍ୟ କରିବାକୁ ସେନା ଫ୍ଲାଗ୍‌ମାର୍ଚ୍ଚ କରିଛି । ସାମ୍ପ୍ରଦାୟିକ ହିଂସାର ଆଶଙ୍କା ରଖି ଏହି କର୍ଫ୍ୟୁର ଘୋଷଣା  କରାଯାଇଛି। ପ୍ରଶାସନ ପକ୍ଷରୁ ଲାଉଡସ୍ପିକର ଜରିଆରେ ସମସ୍ତଙ୍କୁ ସୂଚନା ଦିଆଯାଇଛି। ସଡ଼କରେ କୌଣସି ବି ଯାନବାହନ ଦେଖିବାକୁ ମିଳୁ ନାହିଁ। ସମସ୍ତ ଦୋକାନ ବଜାରକୁ ବନ୍ଦ ରଖାଯାଇଛି।ଆତଙ୍କବାଦୀ ଆକ୍ରମଣ ପରେ  ପ୍ରଦର୍ଶନକାରୀ ୧୫ରୁ ୨୦ଟି ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଘଟଣାରେ ତିନିଜଣ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। 

ଗତ ତିନି ଦଶକ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ। ଜୈଶ୍‌-ଇ-ମହମ୍ମଦ(ଜେଏମ୍‌) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଆତ୍ମଘାତୀ ଆକ୍ରମଣକାରୀ ଗୁରୁବାର ପୁଲଓ୍ଵାମା ଜିଲ୍ଲାରେ ସିଆରପିଏଫ୍‌ ବସ୍‌ରେ ବିସ୍ଫୋଟକ ଭର୍ତ୍ତି ଥିବା ଏକ ଗାଡ଼ିକୁ ନେଇ ଧକ୍କା କରିଦେବା ପରେ ଦୁର୍ଘଟଣା ଘଟିଥିଲା। ଏଥିରେ ୪୪ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି।

 

ସମ୍ବନ୍ଧିତ ଖବର