କରୋନାଭାଇରସ୍‌ ମୁକାବିଲା ଲାଗି ପୂରା ପଞ୍ଜାବରେ କର୍ଫ୍ୟୁ ଜାରି

ଚଣ୍ଡୀଗଡ଼: କରୋନାଭାଇରସ୍‌ ମୁକାବିଲା ଲାଗି ପୂରା ପଞ୍ଜାବରେ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସୋମବାର ମୁଖ୍ୟମନ୍ତ୍ରୀ କ୍ୟାପଟନ୍‌ ଅମ୍ରିନ୍ଦର ସିଂହ ସୂଚନା ଦେଇଛନ୍ତି। ଲକ-ଡାଉନକୁ ଲୋକେ ଗମ୍ଭୀରତାର ସହ ନେଉ ନ ଥିବାରୁ ପଞ୍ଜାବରେ କର୍ଫ୍ୟୁ ଜାରି ହୋଇଛି। ତେବେ ଅତ୍ୟାବଶ୍ୟକୀୟ ସେବାକୁ କର୍ଫ୍ୟୁରୁ ବାଦ ଦିଆଯାଇଛି। ରାଜ୍ୟରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ବୋଲି ସରକାର ଲୋକଙ୍କୁ ଚେତାଇ ଦେଇଛନ୍ତି।

ଏହା ପୂର୍ବରୁ ପୂରା ରାଜ୍ୟରେ ଲକ୍‌-ଡାଉନ୍‌ ଘୋଷଣା ହୋଇଥିଲା। ଏବେ କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କା ପୂରା ଦେଶରେ ଦେଖିବାକୁ ମିଳିଛି। କରୋନା ସତର୍କତା ପାଇଁ ୨୨ଟି ରାଜ୍ୟର ୮୨ଟି ଜିଲ୍ଲାରେ ଲକ୍‌-ଡାଉନ୍‌ ଘୋଷଣା କରାଯାଇଛି। ଲୋକମାନେ ଯଥାସମ୍ଭବ ସଚେତନ ରୁହନ୍ତୁ ଓ ଅନ୍ୟକୁ ସଚେତନ କରାନ୍ତୁ ବୋଲି ବାରମ୍ବାର ପ୍ରଶାସନ ଜାଗୃତ କରୁଛି। କିନ୍ତୁ ଏସବୁ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଲକ୍‌-ଡାଉନ୍‌କୁ ଗମ୍ଭୀରତା ସହ ନେଉ ନାହାନ୍ତି। ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ଲୋକମାନଙ୍କୁ ଏହି ସରକାରୀ ନିର୍ଦ୍ଦେଶର ପାଳନ କରିବାକୁ ଅନୁରୋଧ କରିଛନ୍ତି।

Image result for curfew-in-punjab-due-to-coronavirus
Times of India

 

ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଲକ୍‌-ଡାଉନ’କୁ ଏବେ ବି କେତେକ ଲୋକ ଗମ୍ଭୀରତା ସହ ନେଉ ନାହାନ୍ତି। ଦାୟା କରି ନିଜେ ନିଜକୁ ବଞ୍ଚାନ୍ତୁ। ନିଜ ପରିବାରକୁ ଏଥିରୁ ଦୂରେଇ ରଖନ୍ତୁ। ନିର୍ଦ୍ଦେଶକୁ ଗମ୍ଭୀରତା ସହ ପାଳନ କରନ୍ତୁ। ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ କି ଲୋକମାନଙ୍କୁ ଏହି ନିୟମର ପାଳନ କରାନ୍ତୁ।’

ସମ୍ବନ୍ଧିତ ଖବର